ଓଡିଶା

odisha

ETV Bharat / state

କୋରୋନା ସଂକ୍ରମଣ ଚିନ୍ତା, ବନ୍ଦ ହେଲା ସାପ୍ତାହିକ ହାଟ - ବନ୍ଦ ହେଲା ସାପ୍ତାହିକ ହାଟ

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ପ୍ରଶାସନ ସାପ୍ତାହିକ ହାଟ ବନ୍ଦ ରଖିବାକୁ ନେଇଛି ନିଷ୍ପତ୍ତି । ଅଧିକ ପଢ଼ନ୍ତୁ...

weekly market closed,  subarnapur weekly market closed, covid-19, କୋରୋନା ସଂକ୍ରମଣ ଚିନ୍ତା, ବନ୍ଦ ହେଲା ସାପ୍ତାହିକ ହାଟ, ସୁବର୍ଣ୍ଣପୁର ସାପ୍ତାହିକ ହାଟ
କୋରୋନା ସଂକ୍ରମଣ ଚିନ୍ତା, ବନ୍ଦ ହେଲା ସାପ୍ତାହିକ ହାଟ

By

Published : Jul 29, 2020, 9:35 AM IST

ସୁବର୍ଣ୍ଣପୁର:ମଙ୍ଗଳବାର ସୋନପୁର ସହରର ସାପ୍ତାହିକ ବଜାର ବନ୍ଦ ହୋଇଥିଲା । ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢି଼ ବଢ଼ି ଯାଉଥିବାରୁ ଜିଲ୍ଲା ପ୍ରଶାସନ ସାପ୍ତାହିକ ମଙ୍ଗଳବାର ବଜାର ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ଗତ ଜୁଲାଇ 24 ତାରିଖରେ ଜିଲ୍ଲାପାଳ ମନୀଷା ବାନର୍ଜୀ ବଜାର ବନ୍ଦ କରିବା ପାଇଁ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଥିଲେ। ସହରରେ କୋରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଉଥିବାରୁ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ଜିଲ୍ଲାରେ 81 ଜଣ ବ୍ୟକ୍ତି କୋରୋନାରେ ସଂକ୍ରମିତ ହୋଇଥିବା ବେଳେ 54 ଜଣ ସୁସ୍ଥ ହୋଇଛନ୍ତି। କିଛିଦିନ ତଳେ ସହରର ମାଣିକେଶ୍ବରୀ ଅଞ୍ଚଳରେ ଜଣେ ବ୍ୟକ୍ତି କୋରୋନା ସଂକ୍ରମିତ ହୋଇଥିବା ଜଣା ପଡିବା ପରେ ସେହି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି।

କୋରୋନା ସଂକ୍ରମଣ ଚିନ୍ତା, ବନ୍ଦ ହେଲା ସାପ୍ତାହିକ ହାଟ

ମଙ୍ଗଳବାର ପୁଣି ସହରରେ କୋଭିଡ-19 ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ଜଣାପଡିଛି। ତେବେ ସଂକ୍ରମଣକୁ ରୋକିବା ପାଇଁ ସାପ୍ତାହିକ ବଜାର ପରି ଜନଗହଳି ଯାଗାଗୁଡିକୁ ପ୍ରଶାସନ ବନ୍ଦ କରି ଦେଇଛି। ପ୍ରଶାସନର ଏପରି ପଦକ୍ଷେପକୁ ଜିଲ୍ଲାବାସୀ ସମର୍ଥନ କରିଛନ୍ତି। ତେଣୁ ସ୍ବତଃପ୍ରବୃତ୍ତ ଭାବେ ଜିଲ୍ଲାବାସୀ ଲକଡାଉନ, କର୍ଫ୍ୟୁ, ସଟଡାଉନକୁ ସମର୍ଥନ କରିବା ସହିତ ପ୍ରଶାସନନିକ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details