ସୁବର୍ଣ୍ଣପୁର: କୋରୋନା ମୁକାବିଲା ପାଇଁ ସରକାର ଭିନ୍ନ ଭିନ୍ନ ପଦକ୍ଷେପ ନେଉଥିବା ବେଳେ ଅସହାୟ ଲୋକମାନଙ୍କ ପାଇଁ ସହାୟତାର ହାତ ବଢାଉଛନ୍ତି କିଛି ସ୍ବେଚ୍ଛାସେବୀ । ଦେଶବ୍ୟାପୀ ଲକଡାଉନ ଚାଲିଥିବା ବେଳେ ଗରିବଙ୍କୁ ଖାଦ୍ୟ ଯୋଗାଇ ସେମାନଙ୍କ ମୁହଁରେ ହସ ଫୁଠାଉଛନ୍ତି ସ୍ବେଚ୍ଛାସେବୀ । କିନ୍ତୁ ଏବେ ସୁବର୍ଣ୍ଣପୁର ସହରର ବିୟୁଟି ଜୋନ ପକ୍ଷରୁ ଆଜି ମାସ୍କ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଛି । କୋରନା ସଂକ୍ରମଣକୁ ରୋକିବା ପାଇଁ ସରକାର ମାସ୍କ ବାଧ୍ୟତାମୂଳକ ଘୋଷଣା କରି ସାରିବା ପରେ ଜନସାଧାରଣଙ୍କ ସେବାରେ ଲାଗି ପଡିଥିବା ପୋଲିସ କର୍ମଚାରୀ ,ସଫେଇ କର୍ମଚାରୀ ,ସ୍ୱାସ୍ଥ୍ୟ କର୍ମୀ ଓ ସାମ୍ବାଦିକ ମାନଙ୍କୁ ଆଜି ମାସ୍କ ପ୍ରଦାନ କରିଥିଲେ ଏହି ସ୍ବେଚ୍ଛାସେବୀ ।
ସ୍ବେଚ୍ଛାସେବୀ ବିକାଶ ମେହେର ସମ୍ବଲପୁରୀ ସମ୍ପୂର୍ଣ୍ଣ ସୂତାରେ ଦୁଇ ହଜ଼ାର ମାସ୍କ ତିଆରି କରିଥିବା ବେଳେ ସେଥିମଧ୍ୟରୁ 500 ମାସ୍କ ବଣ୍ଟନ କରିଛନ୍ତି । ତେବେ ଆଗାମୀ ଦିନେ ଦୁଇଦିନ ଭିତରେ ଜନସାଧାରଣଙ୍କ ସେବାରେ ଥିବା ଲୋକଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ବିକାଶ ।