ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ସହରର ପ୍ରବେଶ ପଥର ପ୍ରବେଶ ପଥ ସିଲ ହେବାସହ ପୋଲିସ ପକ୍ଷରୁ କଡ଼ାକଡ଼ି ଚେକିଂ କରାଯାଉଛି । ପଡୋଶୀ ବୌଦ୍ଧ ଜିଲ୍ଲାରେ ତିନି ଜଣ କୋରନା ଆକ୍ରାନ୍ତ ଜଣାପଡିବା ପରେ ଜିଲ୍ଲା ପୋଲିସ ତତ୍ପର ହୋଇ ଉଠିଛି । ସୁବର୍ଣ୍ଣପୁରରୁ ବୌଦ୍ଧକୁ ଯାଇଥିବା 57 ନମ୍ବର ଜାତୀୟ ରାଜପଥର ତେଲନଦୀ ବ୍ରିଜ ପାଖରେ ପୋଲିସ ଚେକିଂ ଚାଲିଛି। ଗାଡି ପାସ ନ ଥିବା ବାଇକ ଆରୋହୀ ମାନଙ୍କ ପାଖରୁ 50 ଟଙ୍କା ଓ ଚାରିଚକିଆ ଯାନ ପାଖରୁ 100 ଟଙ୍କାର ଫାଇନ ଆଦାୟ କରାଯାଉଛି ।
ସୁବର୍ଣ୍ଣପୁରର ପ୍ରବେଶ ପଥ ସିଲ, କଡାକଡି କରାଯାଉଛି ଚେକିଂ - The various entrances of the city of Subarnapur are sealed
ସୁବର୍ଣ୍ଣପୁରର ବିଭିନ୍ନ ପ୍ରବେଶ ପଥ ସିଲ । ପୋଲିସ ପକ୍ଷରୁ କଡାକଡି କରାଯାଉଛି ଚେକିଂ । ଅଧିକ ପଢନ୍ତୁ....
ସୁବର୍ଣ୍ଣପୁରର ପ୍ରବେଶ ପଥ ସିଲ,କଡ଼ାକଡ଼ି କରାଯାଉଛି ଚେକିଂ
ଗାଡି ପାସ ନେଇ ଆସିଥିବା ବ୍ୟକ୍ତି ମାନଙ୍କୁ ସହର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି । ସେହିପରି ବଲାଙ୍ଗୀର ରାସ୍ତାରେ ବି ଜିଲ୍ଲା ପୋଲିସ ପକ୍ଷରୁ ଚେକିଂକୁ କଡାକଡି କରାଯାଉଛି । ଉଭୟ ପଡୋଶୀ ବୌଦ୍ଧ ଓ ବଲାଙ୍ଗୀରରେ ଲୋକେ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ସୁବର୍ଣ୍ଣପୁରରେ ଭୟର ଆତଙ୍କ ଖେଳି ଯାଇଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ