ସୁବର୍ଣ୍ଣପୁର : ଦୁଇ ବର୍ଷ ପରେ ଖୋଲିଛି ସ୍କୁଲ । ଯାହାକୁ ନେଇ ଉଭୟ ପିଲା ଏବଂ ଅଭିଭାବକଙ୍କ ଠାରେ ଦେଖା ଦେଇଛି ଖୁସି । କରୋନା ପ୍ରକୋପ କମିବା ପରେ ସୁବର୍ଣ୍ଣପୁର ବିଦ୍ୟାଳୟରେ ଅଧ୍ୟୟନ ଓ ବିଭିନ୍ନ ଯାଗା ପରିଦର୍ଶନ ପାଇଁ ଛାତ୍ରଛାତ୍ରୀଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । କୋଭିଡ ମହାମାରୀ ପାଇଁ ପ୍ରାୟ ଦୁଇ ବର୍ଷ ବିଦ୍ୟାଳୟ ଗୁଡିକ ବନ୍ଦ ଥିବାରୁ ଛାତ୍ରଛାତ୍ରୀ ଶ୍ରେଣୀ ପ୍ରକୋଷ୍ଠରେ ଅଧ୍ୟୟନ, ବିଭିନ୍ନ ଯାଗାର ପରିଦର୍ଶନ, ବଣଭୋଜି ତଥା ଗ୍ରନ୍ଥାଗାରେ ଅଧ୍ୟୟନ ଆଦିର ସୁଯୋଗ ପାଉନଥିଲେ । ତେବେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗିନ ବୌଦ୍ଧିକ ଓ ଶାରୀରିକ ବିକାଶ ପାଇଁ ବିଦ୍ୟାଳୟଗୁଡିକ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଛାତ୍ରଛାତ୍ରୀଙ୍କୁ ପୁଣି ବିଦ୍ୟାଳୟ କାର୍ଯ୍ୟକ୍ରମରେ ସାମିଲ କରୁଛନ୍ତି ।
ଖୋଲିଲା ସ୍କୁଲ, ଛାତ୍ରଛାତ୍ରୀଙ୍କ ମନରେ ଖୁସିର ଉତ୍ସାହ - ସୁବର୍ଣ୍ଣପୁରରେ ଖୋଲିଛି ସ୍କୁଲ
ଦୁଇ ବର୍ଷ ପରେ ଖୋଲିଛି ସ୍କୁଲ । ଯାହାକୁ ନେଇ ଉଭୟ ପିଲା ଏବଂ ଅଭିଭାବକଙ୍କ ଠାରେ ଦେଖା ଦେଇଛି ଖୁସି । କରୋନା ପ୍ରକୋପ କମିବା ପରେ ସୁବର୍ଣ୍ଣପୁର ବିଦ୍ୟାଳୟରେ ଅଧ୍ୟୟନ ଓ ବିଭିନ୍ନ ଯାଗା ପରିଦର୍ଶନ ପାଇଁ ଛାତ୍ରଛାତ୍ରୀଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ
ଖୋଲିଲା ସ୍କୁଲ, ଛାତ୍ରଛାତ୍ରୀଙ୍କ ମନରେ ଖୁସିର ଉତ୍ସାହ
ଖୋଲିଲା ସ୍କୁଲ, ଛାତ୍ରଛାତ୍ରୀଙ୍କ ମନରେ ଖୁସିର ଉତ୍ସାହ
ଏହି ଅବସରରେ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଆଜି ଜିଲ୍ଲା ଗ୍ରନ୍ଥାଗାର ବ୍ୟବହାର କରିବାର ସୁଯୋଗ ପାଇଛନ୍ତି । ଗ୍ରନ୍ଥାଗାରରେ ଥିବା ହଜାର ହଜାର ପୁସ୍ତକ ଦେଖିବା ଓ ପଢିବାର ସୁଯୋଗ ନେଇଛନ୍ତି । ବିଦ୍ୟାଳୟର ଚତୁର୍ଥରୁ ଦଶମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ ଆଜି ଜିଲ୍ଲା ଗ୍ରନ୍ଥାଗାରକୁ ଯାଇ ବିଭିନ୍ନ ପ୍ରକାରର ପୁସ୍ତକ ବିଷୟରେ ଜାଣିବାକୁ ପାଇଛନ୍ତି । ତେବେ ମହାମାରୀ ପରେ ପୁଣି ଛାତ୍ରଛାତ୍ରୀ ଅଧ୍ୟୟନ ସହ ଖେଳକୁଦ ଓ ମନୋରଞ୍ଜ ନେବାର ସୁଯୋଗ ପାଇଥିବାରୁ ବେଶ ଉତ୍ସାହିତ ଜଣାପଡୁଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ