ସୁବର୍ଣ୍ଣପୁର: ଜିଲ୍ଲା ସିଂଢୋଲ ଧାନ କ୍ରୟ କେନ୍ଦ୍ରରୁ ରବି ଋତୁର ଧାନ ଉଠି ପାରୁନଥିବା ଅଭିଯୋଗ ହୋଇଛି । ଆଜକୁ ସପ୍ତାହେରୁ ଅଧିକ ହେଲା ପ୍ରାୟ 8 ହଜାର କୁଇଣ୍ଟାଲରୁ ଅଧିକ ଧାନ ଉଠି ପାରୁନାହିଁ । ସିଂଢୋଲ ଗାଁରେ ଏକ ଧାନ କ୍ରୟ ସବ ସେଣ୍ଟର ଖୋଲାଯାଇଥିବା ବେଳେ ସ୍ଥାନୀୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ କରୁଛନ୍ତି ।
ଧାନମଣ୍ଡିରୁ ଉଠୁନି ଧାନ, ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ - rice is not rising from the shopping center
ସୁବର୍ଣ୍ଣପୁର ଜିଲ୍ଲା ସିଂଢୋଲ ଧାନ କ୍ରୟ କେନ୍ଦ୍ରରୁ ରବି ଋତୁର ଧାନ ଉଠି ପାରୁନଥିବା ଅଭିଯୋଗ ହୋଇଛି । ପ୍ରାୟ 8 ହଜାର କୁଇଣ୍ଟାଲରୁ ଅଧିକ ଧାନ ଉଠି ପାରୁନାହିଁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ
ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ
ହେଲେ କେବଳ ଧାନ ବେପାରୀ ଓ ଦଲାଲ ମାନଙ୍କ ଧାନ ଉଠୁଥିବା ବେଳେ ପ୍ରକୃତ ଚାଷୀଙ୍କ ଧାନ ଉଠୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀଙ୍କ ଧାନ ଉଠୁ ନଥିବାରୁ ଅଦିନିଆ ବର୍ଷାରେ ଧାନ କ୍ଷତିଗ୍ରସ୍ତ ହେଉଥିବା ଚାଷୀ ଅଭିଯୋଗ କରିଛି । ତୁରନ୍ତ ଧାନ ଉଠାଇବାକୁ ଜିଲ୍ଲା ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ