ଓଡିଶା

odisha

ETV Bharat / state

ସନ୍ଥକବିଙ୍କ ସମାଧି ପୀଠରେ ନିରାଡମ୍ବର ଭାବେ ପାଳିତ ହେଲା ମାଘମେଳା - subarnapur district news

ଖଲିଆପାଲି ସନ୍ଥକବି ଭୀମଭୋଇଙ୍କ ସମାଧି ପୀଠରେ କୋଭିଡ କଟକଣା ଅନୁଯାୟୀ ବିନା ଭକ୍ତରେ ନିରାଡମ୍ବର ଭାବେ ମାଘମେଳା ଉତ୍ସବ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ...

ସନ୍ଥକବିଙ୍କ ସମାଧି ପୀଠରେ ନିର଼ାଡାମ୍ବର ଭାବେ ପାଲିତ ହେଲା ମାଘମେଳା
ସନ୍ଥକବିଙ୍କ ସମାଧି ପୀଠରେ ନିର଼ାଡାମ୍ବର ଭାବେ ପାଲିତ ହେଲା ମାଘମେଳା

By

Published : Feb 27, 2021, 4:30 PM IST

ସୁବର୍ଣ୍ଣପୁର: ଖଲିଆପାଲି ସନ୍ଥକବି ଭୀମଭୋଇଙ୍କ ସମାଧି ପୀଠରେ କୋଭିଡ କଟକଣା ଅନୁଯାୟୀ ବିନା ଭକ୍ତରେ ନିରାଡମ୍ବର ଭାବେ ମାଘମେଳା ଉତ୍ସବ ପାଳିତ ହୋଇଯାଇଛି। ସନ୍ଥପୀଠର ଅନ୍ତେବାସୀ ସାଧୁ ସନ୍ୟାସୀ ଦାସଙ୍କ ନେତୃତ୍ବରେ ସାଧୁ ସନ୍ୟାସୀମାନେ ପାରମ୍ପରିକ ରୀତିନୀତିରେ ସମାଧି ମନ୍ଦିରର ପାହାଚରେ ପୂର୍ଣ୍ଣକୁମ୍ଭ ସ୍ଥାପନ କରି ଅଲେଖ ମହିମାଙ୍କ ସ୍ମରଣ କରିଥିଲେ। ଶୂନ୍ୟ ବ୍ରହ୍ମଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରି ଛପନ କୋଟି ଜୀବ ଜଗତର ମଙ୍ଗଳ ପାଇଁ ଅଲେଖ ମହିମାଙ୍କ ପାଖରେ ଶରଣ ନେଇଥିଲେ।

ସନ୍ଥକବିଙ୍କ ସମାଧି ପୀଠରେ ନିର଼ାଡାମ୍ବର ଭାବେ ପାଲିତହେଲା ମାଘମେଳା

ତେବେ କୋଭିଡ କଟକଣା ଭିତରେ ଅତି ନିରାଡ଼ମ୍ବର ଭାବେ ମାଘ ପୂର୍ଣ୍ଣମୀ ଉତ୍ସବ ଆୟୋଜନ କରାଯାଇଛି। ସମାଧି ପୀଠ ଟ୍ରଷ୍ଟ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଆଜି ସମାଧି ମନ୍ଦିର ଦର୍ଶନ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଥିଲା। ଆଖପାଖର ଶ୍ରଦ୍ଧାଳୁ ଓ ମହିମା ଧର୍ମୀ ସାଧୁ ସନ୍ୟାସୀ ସମାଧି ପୀଠର ମୁଖ୍ୟ ଦ୍ୱାରରେ ପ୍ରାର୍ଥନା କରି ଫେରି ଯାଇଥିଲେ। ଆଜି ସମାଧି ମନ୍ଦିର ବନ୍ଦ ହେବା ନେଇ ପ୍ରଚାର ସତ୍ତ୍ବେ ଜନସମାଗମ ହେବା ଆଶଙ୍କା କରି ସମାଧି ପୀଠର ମୁଖ୍ୟ ଫାଟକକୁ ବନ୍ଦ କରି ଦିଆଯାଇଥିଲା । କେବଳ ଅନ୍ତେବାସୀ ସାଧୁ ସନ୍ୟାସୀ ପାରମ୍ପରିକ ଵିଧି ବିଧାନରେ ମାଘ ପୂର୍ଣ୍ଣମୀର ଆରାଧନା ଓ ଭଜନ ଜଣାଣ କରିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details