ଓଡିଶା

odisha

ETV Bharat / state

ବଳିଯାତ୍ରାରେ ଷୋହଳ ଭର୍ଣ୍ଣି ବାଦ୍ୟରେ ଝୁମିଲା ସୁବର୍ଣ୍ଣପୁର - ବଳିଯାତ୍ରା ମହୋତ୍ସବ

ଷୋହଳ ଭର୍ଣ୍ଣି ବାଦ୍ୟରେ ପ୍ରକମ୍ପିତ ହେଲା ବଳିଯାତ୍ରା ମହୋତ୍ସବ । ଶହ ଶହ ବର୍ଷ ଧରି ଅନୁଷ୍ଠିତ ହେଉଥିବା ବଳିଯାତ୍ରାରେ ରହିଛି ଅଷ୍ଟଧାତୁରେ ନିର୍ମିତ ଚେପଟା ଢୋଲର ବିଶେଷ ମାହାତ୍ମ୍ୟ । ଅଧିକ ପଢ଼ନ୍ତୁ ...

ବଳିଯାତ୍ରାରେ ଷୋହଳ ଭର୍ଣ୍ଣି ବାଦ୍ୟର ସ୍ବତନ୍ତ୍ରତା

By

Published : Oct 9, 2019, 11:38 PM IST

ସୁବର୍ଣ୍ଣପୁର: ଷୋହଳ ଭର୍ଣ୍ଣି ବାଦ୍ୟର ତାଳେ ତାଳେ ଝୁମି ଉଠିଥିଲା ସୁବର୍ଣ୍ଣପୁର ସହର । ସୁବର୍ଣ୍ଣପୁରର ତନ୍ତ୍ର ପୂଜାରେ ବାଜେ ଏହି ବାଦ୍ୟ । ବଳିଯାତ୍ରାରେ ଷୋହଳ ଭର୍ଣ୍ଣି ବାଦ୍ୟର ତାଳରେ ଉଦଣ୍ଡ ନୃତ୍ୟ କରେ ବଳୀ । ଆଉ ଏଥିରେ ବ୍ୟବହାର ହୋଇଥାଏ ମହିମାମୟ ଚେପଟା ଢୋଲ ।

ବଳିଯାତ୍ରାରେ ଷୋହଳ ଭର୍ଣ୍ଣି ବାଦ୍ୟର ସ୍ବତନ୍ତ୍ରତା

ଖମ୍ବେଶ୍ବରୀ ମନ୍ଦିରରେ ଶହ ଶହ ବର୍ଷ ଧରି ରହି ଆସିଛି ଏହି ଚେପଟା ଢ଼ୋଲ । ଅଷ୍ଟଧାତୁରେ ନିର୍ମିତ ଏହି ଢୋଲକୁ ପାରଳା ଖେୁମଣ୍ଡି ରାଜଜେମା ବିବାହ ବେଳେ ଯୌତୁକରେ ଆଣିଥିଲେ । କିଛି ବର୍ଷ ପରେ ଢୋଲଟି ଭାଙ୍ଗି ଯିବାରୁ ଏହାକୁ ମହାନଦୀରେ ବିସର୍ଜିତ କରାଯାଇଥିଲା । କିନ୍ତୁ କିଛିଦିନ ପରେ ଏହା କୂଳରେ ଲାଗିଥିବାର ଦେଖିବାକୁ ମିଳିଲା । ଯାହାପରେ ରାଜା ସୁଧାଂଶୁ ଶେଖର ଏହାକୁ ପୁନଃ ନିର୍ମାଣ କରାଇଥିଲେ ।

ବଳିଯାତ୍ରା ସମୟରେ ଦେବୀଙ୍କ ଆଗରେ ଚେପଟା ଢୋଲ ଉପରେ ମହାବଳୀ ସବାର ହୋଇ କଳା ଓ ଧଳା ଛତ୍ର ଧରି ଉଦଣ୍ଡ ନୃତ୍ୟ କରେ । ଢୋଲର ଗୁରୁଗମ୍ଭୀର ଧ୍ଵନି ସହିତ ମାଲେଶ୍ରୀ ରାଗରେ ପ୍ରକମ୍ପିତ ହୁଏ ଚତୁର୍ଦିଗ । ଅନନ୍ୟ ଓ ଅପୂର୍ବ ଶ୍ରୁତିମଧୁର ଷୋହଳ ଭର୍ଣ୍ଣି ବାଦ୍ୟ ଧ୍ଵନିରେ ଖାଲି ବଳୀ କାହିଁକି, ଶ୍ରଦ୍ଧାଳୁଙ୍କ ଦେହ ମନରେ ମଧ୍ୟ ଶିହରଣ ସୃଷ୍ଟି ହୁଏ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details