ସୁବର୍ଣ୍ଣପୁର: କୋଟ ସମଲାଇ ପାତାଳୀ ଶ୍ରୀକ୍ଷେତ୍ରର ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ ଆଗେଇ ଚାଲିଛି । ହେଲେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନଙ୍କୁ ଆକର୍ଷିତ କରିବା ପରି ପ୍ରକଳ୍ପ ଗୁଡିକର କାର୍ଯ୍ୟ ଆରମ୍ଭ କରାଯାଇ ପାରୁନାହିଁ ।
ଗତ ପ୍ରାୟ ତିନି ବର୍ଷ ହେଲା ପାତାଳୀ ଶ୍ରୀକ୍ଷେତ୍ରରେ ଏକ ରୋପୱେ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ତତ୍କାଳୀନ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ପ୍ରାୟ 10 କୋଟି ଟଙ୍କା ବ୍ୟୟରେ ଦୁଇଟି ପାହାଡ ଭିତରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇ ପ୍ରକଳ୍ପ କାର୍ଯ୍ୟ ବର୍ଷକ ଭିତରେ ଶେଷ କରାଯିବ ବୋଲି ଅତିଥି ମାନେ ପ୍ରତିଶୃତି ଦେଇଥିଲେ । ହେଲେ ଏହି ପ୍ରକଳ୍ପ କାର୍ଯ୍ୟ କେବଳ ଭିତ୍ତିପ୍ରସ୍ତରରେ ହିଁ ସୀମିତ ହୋଇ ରହିଯାଇଛି ।