ଓଡିଶା

odisha

ETV Bharat / state

ଉଦ୍ଧାର ନବଜାତକର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ସିଡବ୍ଲୁସି

ଜିଲ୍ଲା ଶିଶୁ ସୁରକ୍ଷା କମିଟି ଆଜି ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ବୀରମହାରାଜପୁରର ଚନ୍ଦଲି ଗାଁ ରାସ୍ତା କଡ଼ରୁ ଉଦ୍ଧାର କରାଯାଇଥିବା ଶିଶୁପୁତ୍ରର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ଅଧିକ ପଢନ୍ତୁ...

By

Published : Apr 13, 2021, 10:51 PM IST

ନବଜାତ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ସିଡବ୍ଲୁସି
ନବଜାତ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ସିଡବ୍ଲୁସି

ସୁବର୍ଣ୍ଣପୁର: ଶିଶୁ ସୁରକ୍ଷା କମିଟି ଆଜି (ମଙ୍ଗଳବାର) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ବିରମହାରାଜପୁରର ଚନ୍ଦଲି ଗାଁ ରାସ୍ତା କଡ଼ରୁ ଉଦ୍ଧାର କରାଯାଇଥିବା ଶିଶୁପୁତ୍ରର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ଅଧ୍ୟକ୍ଷ ହିମାଂଶୁ ନାୟକଙ୍କ ନେତୃତ୍ୱରେ ପରିଦର୍ଶନରେ ଯାଇଥିବା ସଦସ୍ୟ ମାନେ ଉଦ୍ଧାରକାରୀ ଦମ୍ପତିଙ୍କ ସହିତ ଆଲୋଚନା କରିଛନ୍ତି । ଗତକାଲି ଉଲୁଣ୍ଡା ବ୍ଲକ ମାଟିଖାଇ ଗାଁର ଏକ ଦମ୍ପତି ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ ।

ନବଜାତ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ସିଡବ୍ଲୁସି

ମାଟଖାଇ ଗାଁର ସୁରୁସୂତା ମେହେର ଓ ପୀତବାସ ନିଜ ଗାଁରୁ ସୁବଳୟା ପଟକୁ ଯାଉଥିବା ବେଳେ ରାସ୍ତା କଡରେ ଏକ ଶିଶୁପୁତ୍ର କାନ୍ଦୁଥିବାର ଦେଖିଥିଲେ । ସଙ୍ଗେ ସଙ୍ଗେ ଶିଶୁ ପୁତ୍ରକୁ ଉଦ୍ଧାର କରି ପ୍ରଥମେ ବିରମହାରାଜପୁର ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସରେ ଆଣିଥିଲେ । ସୁବର୍ଣ୍ଣପୁର ଡାକ୍ତରଖାନାରେ ଶିଶୁପୁତ୍ରର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଶୁଶୁଟିକୁ ଏସେନ୍ସୟୁରେ ରଖାଯାଇଛି ।

ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି । ଶିଶୁଟିକୁ କିଏ କେଉଁ ପରିସ୍ଥିତିରେ ରାସ୍ତା କଡରେ ଫିଙ୍ଗିଥିଲା ତାହା ଏଯାଏଁ ଜଣା ପଡ଼ିନାହିଁ । ଶିଶୁ ସୁରକ୍ଷା କମିଟି ଦିନକ ପରେ ଶିଶୁଟିକୁ ପୌଷ୍ୟ ଭାବେ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details