ଓଡିଶା

odisha

ETV Bharat / state

ରାସ୍ତା କଡରୁ ମିଳିଥିବା ନବଜାତ ଶିଶୁପୁତ୍ରର ଦାୟିତ୍ବ ନେଲା ଶିଶୁ ସୁରକ୍ଷା କମିଟି

ବୀରମହାରାଜପୁରର ଚନ୍ଦଲି ଗାଁ ରାସ୍ତା କଡ଼ରୁ ମିଳିଥିବା 3 ଦିନର ନବଜାତ ଶିଶୁ ପୁତ୍ରକୁ ଜିଲ୍ଲା ଶିଶୁ ସୁରକ୍ଷା କମିଟିକୁ ହସ୍ତାନ୍ତର । ଅଧିକ ପଢନ୍ତୁ...

By

Published : Apr 20, 2021, 11:02 PM IST

ରାସ୍ତା କଡରୁ ମିଳିଥିବା ଶିଶୁପୁତ୍ରର ଦାୟିତ୍ବ ନେଲା ଶିଶୁ ସୁରକ୍ଷା କମିଟି
ରାସ୍ତା କଡରୁ ମିଳିଥିବା ଶିଶୁପୁତ୍ରର ଦାୟିତ୍ବ ନେଲା ଶିଶୁ ସୁରକ୍ଷା କମିଟିରାସ୍ତା କଡରୁ ମିଳିଥିବା ଶିଶୁପୁତ୍ରର ଦାୟିତ୍ବ ନେଲା ଶିଶୁ ସୁରକ୍ଷା କମିଟି

ସୁବର୍ଣ୍ଣପୁର : ବୀରମହାରାଜପୁରର ଚନ୍ଦଲି ଗାଁ ରାସ୍ତା କଡ଼ରୁ ମିଳିଥିବା 3 ଦିନର ନବଜାତ ଶିଶୁ ପୁତ୍ରକୁ ଜିଲ୍ଲା ଶିଶୁ ସୁରକ୍ଷାା କମିଟିକୁ ହସ୍ତାନ୍ତର କରାଯାଇଛି । ଶିଶୁ ସୁରକ୍ଷା କମିଟି ଶିଶୁ ପୁତ୍ରଟିକୁ ଜିଲ୍ଲା ସ୍ବତନ୍ତ୍ର ପୌଷ୍ୟ ଗ୍ରହଣ କେନ୍ଦ୍ରକୁ ପଠେଇ ଦେଇଛି । ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ହିମାଂଶୁ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବୈଠକରେ ଶିଶୁପୁତ୍ରଟିର ପ୍ରକୃତ ବାପା ମା ଖୋଜିବା ପାଇଁ ସୁବଳୟା ଥାନା ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି ।

ରାସ୍ତା କଡରୁ ମିଳିଥିବା ଶିଶୁପୁତ୍ରର ଦାୟିତ୍ବ ନେଲା ଶିଶୁ ସୁରକ୍ଷା କମିଟି

ସୂଚନା ଅନୁସାରେ ଗତ 12 ତାରିଖରେ ଉଲୁଣ୍ଡା ବ୍ଲକ ମାଟିଖାଇ ଗାଁର ଏକ ଦମ୍ପତି ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲେ । ମାଟଖାଇ ଗାଁର ସୁରୁସୂତା ମେହେର ଓ ପୀତବାସ ନିଜ ଗାଁରୁ ସୁବଳୟାପଟକୁ ଯାଉଥିବାବେଳେ ରାସ୍ତା କଡରେ ଏକ ଶିଶୁ ପୁତ୍ର କାନ୍ଦୁଥିବାର ଦେଖି ଉଦ୍ଧାର କରିଥିଲେ ।

ସଙ୍ଗେ ସଙ୍ଗେ ଶିଶୁ ପୁତ୍ରକୁ ଉଦ୍ଧାର କରି ପ୍ରଥମେ ବୀରମହାରାଜପୁର ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସରେ ଆଣିଥିଲେ । ଶିଶୁର ସ୍ବାସ୍ଥ୍ୟବସ୍ଥା ଭଲ ହେବା ପରେ ଶିଶୁଟିକୁ ଜିଲ୍ଲା ସ୍ବତନ୍ତ୍ର ପୌଷ୍ୟ ଗ୍ରହଣ କେନ୍ଦ୍ରରେ ରଖାଯାଇଛି । ତେବେ ଆସନ୍ତା ଦୁଇମାସ ଭିତରେ ଶିଶୁପୁତ୍ରଟିର ବାପା ମାଙ୍କ ପରିଚୟ ନ ମିଳିଲେ ତାକୁ ପୌଷ୍ୟପୁତ୍ର ପାଇଁ ଉପଯୁକ୍ତ ବ୍ୟବସ୍ଥା ଶିଶୁ ସୁରକ୍ଷା କମିଟି ଘୋଷଣା କରିବେ ଓ ଆଗ୍ରହୀ ପିତାମାତାଙ୍କୁ ଶିଶୁଟିକୁ ହସ୍ତାନ୍ତର କରିବେ ବୋଲି କମଟିର ଅଧ୍ୟକ୍ଷ ହିମାଂଶୁ ନାୟକ କହିଛନ୍ତି । ତେବେ ଶିଶୁଟିକୁ କିଏ କେଉଁ ପରିସ୍ଥିତିରେ ରାସ୍ତା କଡରେ ଫିଙ୍ଗି ଥିଲା ତାହା ଏଯାଏଁ ଜଣା ପଡ଼ି ନାହିଁ । ତେବେ ଶିଶୁପୁତ୍ରକୁ ପୌଷ୍ୟ ଭାବେ ଗ୍ରହଣ କରିବା ପାଇଁ ଆଗ୍ରହୀ ଦମ୍ପତ୍ତି 2ମାସ ପରେ ଆବେଦନ କରିପାରିବେ ବୋଲି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details