ସୁବର୍ଣ୍ଣପୁର: ଉଲୁଣ୍ଡା ଥାନା ଡାଲଡବା ଗାଁକୁ ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଆସିଛି । ଏହି ଗାଁର ଭୁବନ ଭୁକ୍ତାଙ୍କ 28 ବର୍ଷୀୟ ପୁଅ ଦେବେନ୍ଦ୍ରଙ୍କର ତାମିଲନାଡୁସ୍ଥିତ ପୁଟୁପତ୍ତିର ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିବାବେଳେ ମୃତ୍ୟୁ ହୋଇଥିଲା । ଗତ 4 ତାରିଖରେ ମୃତ୍ୟୁ ହୋଇଥିଲେ ବି ତାଙ୍କର ମୃତଦେହ ଘରକୁ ଆସିପାରୁ ନଥିଲା । ପରେ ମୃତକର ପରିବାର ପକ୍ଷରୁ ଜିଲ୍ଲା ଶ୍ରମ ବିଭାଗକୁ ମୃତଦେହ ଆଣିବା ପାଇଁ ଲିଖିତ ଅନୁରୋଧ କରିଥିଲେ।
ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଶୋକର ଛାୟା - The body of a worker arrived in subarnapur
ତାମିଲନାଡୁସ୍ଥିତ ପୁଟୁପତ୍ତିର ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିବା ସୁବର୍ଣ୍ଣପୁରର ଜଣେ ଦାଦନ ଯୁବକର ମୃତ୍ୟୁ ଘଟିଛି । ଦୀର୍ଘ 5 ଦିନ ପରେ ଘରକୁ ଆସିଲା ଯୁବକର ମୃତଦେହ । ଯୁବକର ମୃତ୍ୟୁରେ ଗାଁରେ ଖେଳିଯାଇଛି ଶୋକର ଛାୟା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଦୀର୍ଘ 5 ଦିନ ପରେ ଆସିଲା ଦାଦନ ଶ୍ରମିକଙ୍କ ମୃତଦେହ
ଶ୍ରମ ବିଭାଗ ଏବଂ ‘ମୋ ପରିବାର’ ର ମିଳିତ ପ୍ରଚେଷ୍ଟାରେ ଦାଦନ ଶ୍ରମିକ ଦେବେନ୍ଦ୍ରଙ୍କ ମୃତଦେହକୁ ଘରକୁ ଅଣାଯାଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୃତକ ପରିବାରକୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 30 ହଜାର ଏବଂ ହରିଶ୍ଚନ୍ଦ୍ର ଯୋଜନାରୁ 2 ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଦେବେନ୍ଦ୍ରଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ
TAGGED:
ଦାଦନ ଯୁବକ ମୃତ୍ୟୁରେ ଶୋକର ଛାୟା