ଓଡିଶା

odisha

ETV Bharat / state

ଧ୍ୱଂସାଭିମୁଖୀ ବାବା ରାମେଶ୍ୱରଙ୍କ ପ୍ରାଚୀନ ମନ୍ଦିର - ରାମେଶ୍ୱରଙ୍କ ପ୍ରାଚୀନ ମନ୍ଦିର

ସୁବର୍ଣ୍ଣପୁର ସହରର ପ୍ରାଚୀନ ଶୈବପୀଠ ବାବା ରାମେଶ୍ବରଙ୍କ ମନ୍ଦିର ବିପଦ ସଂକୁଳ ଅବସ୍ଥାରେ ରହିଛି । ମନ୍ଦିରର ମୁଖଶାଳା ଓ ଗର୍ଭଗୃହରେ ପଶୁଛି ବର୍ଷା ପାଣି । ଅଧିକ ପଢନ୍ତୁ...

ଧ୍ୱଂସାଭିମୁଖୀ ବାବା ରାମେଶ୍ୱରଙ୍କ ପ୍ରାଚୀନ ମନ୍ଦିର
ଧ୍ୱଂସାଭିମୁଖୀ ବାବା ରାମେଶ୍ୱରଙ୍କ ପ୍ରାଚୀନ ମନ୍ଦିର

By

Published : Aug 15, 2021, 4:32 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରର ପ୍ରାଚୀନ ଶୈବପୀଠ ବାବା ରାମେଶ୍ବରଙ୍କ ମନ୍ଦିର ବିପଦ ସଂକୁଳ ଅବସ୍ଥାରେ ରହିଛି । ମନ୍ଦିରର ମୁଖଶାଳା ଓ ଗର୍ଭଗୃହରେ ବର୍ଷା ପାଣି ପଶୁଛି । ଫଳରେ ମନ୍ଦିର ଭିତର ପାର୍ଶ୍ବ କାନ୍ଥ ସବୁ ଓଦା ହୋଇ ରହିଥିବା ବେଳେ ଅନେକ ଯାଗାରେ ମନ୍ଦିର କାନ୍ଥ ଫାଟି ଆଁ କରିଛି । ସର୍ବ ପୁରାତନ ଏହି ଶୈବପୀଠର ମରାମତି ଦିଗରେ ଦେବୋତ୍ତର ବିଭାଗ ଅବା ଜିଲ୍ଲା ପ୍ରଶାସନ ଧ୍ୟାନ ଦେଉ ନଥିବା ଅଭିଯୋଗ ହେଉଛି ।

ଧ୍ୱଂସାଭିମୁଖୀ ବାବା ରାମେଶ୍ୱରଙ୍କ ପ୍ରାଚୀନ ମନ୍ଦିର

ସହରରେ ଅଷ୍ଟଶମ୍ଭୁଙ୍କ ସମେତ ରହିଛି ଅଷ୍ଟୋତ୍ତର 108 ମନ୍ଦିର । ମହାନଦୀ, ତେଲନଦୀ ଓ କର୍ପୁର ନଦୀର ତ୍ରିବେଣୀ ସଂଗମରେ ଏହି ପ୍ରାଚୀନ ଶୈବପୀଠ ଥିବାରୁ ବର୍ଷସାରା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ ଜମେ । ତ୍ରିବେଣୀ ସଂଗମରେ ସ୍ନାନ କରି ବାବା ରାମେଶ୍ବରଙ୍କୁ ଜଳଲାଗି କଲେ କୋଟି ଜନ୍ମର ପାପ କ୍ଷୟ ହୋଇ ପୂଣ୍ୟ ମିଳେ ବୋଲି ଭକ୍ତମାନଙ୍କର ବିଶ୍ବାସ ରହିଛି । ବିଶେଷ କରି ଶ୍ରାବଣ ମାସରେ ହଜାର ହଜାର କାଉଡିଆ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ଏହି ପବିତ୍ର ମାଟିରେ । ବୀର ପର୍ଶୁରାମ ଏହି ମାଟିରେ ଯଜ୍ଞ କରି ବାବା ରାମେଶ୍ବରଙ୍କ ଉଭା ହୋଇଥିବା ଲିଙ୍ଗକୁ ପୂଜା ଆରାଧନା କରିଥିଲେ ବୋଲି ଜନଶୃତି ରହିଛି ।

ତେଣୁ, ବର୍ଷ ସାରା ଏହି ଶୈବପୀଠରେ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ ଲାଗି ରହୁଥିବା ବେଳେ ପୂଣ୍ୟମାସ ଗୁଡିକରେ ଏହି ମନ୍ଦିର ପରିସର ଜନସମୁଦ୍ରରେ ପରିଣତ ହୋଇଥାଏ । ଭକ୍ତମାନେ ବାବା ରାମେଶ୍ବରଙ୍କୁ ଜଳଲାଗି କରିବାକୁ ଗମ୍ଭୀରା ଭିତରକୁ ଯାଇଥାନ୍ତି । ତେବେ ମନ୍ଦିର ବହୁ ପ୍ରାଚୀନ ହୋଇଥିବାରୁ ଗମ୍ଭିରା ଓ ମୁଖଶାଳାରେ ବର୍ଷା ପାଣି ଝରି ବିପଦ ସୃଷ୍ଟି ହୋଇଛି । ସେହିପରି ଶହ ଶହ ବୁଲା ଗାଈ ଗୋରୁଙ୍କ ଗୋଠ ପାଲଟିଥିବା ବେଳେ ବାବାଙ୍କ ଉଦ୍ଦେଶ୍ୟରେ ଥିବା ଏକମାତ୍ର ପୁଷ୍କରିଣୀର ଅବସ୍ଥା ବେହାଲ ହୋଇ ପଡିଛି । ତେବେ ମନ୍ଦିରର ରକ୍ଷଣାବେକ୍ଷଣ ସହ ଆବଶ୍ୟକ ମରାମତି କରିବା ପାଇଁ ସହରବାସୀ ଓ ଦେବୋତ୍ତର କମିଟିର ସଭ୍ୟମାନେ ଜିଲ୍ଲା ପ୍ରଶାସନ ପାଖରେ ନିବେଦନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details