ଓଡିଶା

odisha

ETV Bharat / state

35ରୁ ଉର୍ଦ୍ଧ୍ବ ପଜିଟିଭ୍ ଟିହ୍ନଟ ପରେ ବଡକର୍ଲେ ଗାଁକୁ ସାନିଟାଇଜ କଲା ପ୍ରଶାସନ - ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକ ବଡକର୍ଲେ ଗାଁ

ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକ ବଡକର୍ଲେ ଗାଁକୁ ସାନିଟାଇଜ କଲା ପ୍ରଶାସନ । ଏହି ଗ୍ରାମରେ ପ୍ରାୟ 35ରୁ ଅଧିକ ଲୋକ ସଂକ୍ରମିତ ଚିହ୍ନଟ ହେବା ପରେ ଡୁଙ୍ଗୁରୀପାଲି ବ୍ଳକ ବିଡିଓଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ରାମପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଏହି ଗାଁକୁ ସାନିଟାଇଜ କରିଛନ୍ତି । ଅଧିକ ପଢନ୍ତୁ...

35ରୁ ଉର୍ଦ୍ଧ୍ବ ପଜିଟିଭ୍ ଟିହ୍ନଟ ପରେ ବଡକର୍ଲେ ଗାଁକୁ ସାନିଟାଇଜ କଲା ପ୍ରଶାସନ
35ରୁ ଉର୍ଦ୍ଧ୍ବ ପଜିଟିଭ୍ ଟିହ୍ନଟ ପରେ ବଡକର୍ଲେ ଗାଁକୁ ସାନିଟାଇଜ କଲା ପ୍ରଶାସନ

By

Published : May 17, 2021, 1:27 PM IST

ସୁବର୍ଣ୍ଣପୁର: ଡୁଙ୍ଗୁରିପାଲି ବ୍ଲକ ବଡକର୍ଲେ ଗାଁକୁ ସାନିଟାଇଜ କଲା ପ୍ରଶାସନ । ଏହି ଗାଁରେ ଅନେକ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ପ୍ରଶାସନ ଏହି ଗାଁକୁ ସାନିଟାଇଜ କରିଛନ୍ତି । ଜିଲ୍ଲାରେ ଲକଡାଉନ, ସଟଡାଉନ ଓ ରାତ୍ରୀକାଳୀନ କର୍ଫୁ ବଳବତ୍ତର ଥିବା ବେଳେ ଡୁଙ୍ଗୁରିପାଲି ବ୍ଳକକୁ ସାତ ଦିନ ଧରି ସଟଡାଉନ କରାଯାଇଥିଲା । ତଥାପି ବାରମ୍ବାର ପଜିଟିଭ ଚିହ୍ନଟ ହେଉଥିବାରୁ ଆଜି(ସୋମବାର) ଗାଁକୁ ସ୍ଥାନୀୟ ପ୍ରଶାସନ ସାନିଟାଇଜ କରିବା ପାଇଁ ନିଷ୍ପତ୍ତି ନେଇ କାର୍ଯ୍ୟ ଆରମ୍ଭ କରିଛି ।

35ରୁ ଉର୍ଦ୍ଧ୍ବ ପଜିଟିଭ୍ ଟିହ୍ନଟ ପରେ ବଡକର୍ଲେ ଗାଁକୁ ସାନିଟାଇଜ କଲା ପ୍ରଶାସନ

ବଡକର୍ଲେ ଗ୍ରାମରେ ପ୍ରାୟ 35ରୁ ଅଧିକ ଲୋକ ସଂକ୍ରମିତ ଚିହ୍ନଟ ହେବା ପରେ ଡୁଙ୍ଗୁରୀପାଲି ବ୍ଳକ ବିଡିଓଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ରାମପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଏହି ଗାଁକୁ ସାନିଟାଇଜ କରିଛନ୍ତି । ଏହି ଗାଁକୁ ପ୍ରଥମଥର ପାଇଁ ସାନିଟାଇଜ କରାଯାଇଥିବାରୁ ଗାଁଲୋକେ ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details