ଓଡିଶା

odisha

By

Published : Apr 16, 2020, 1:02 PM IST

Updated : Apr 16, 2020, 2:04 PM IST

ETV Bharat / state

ସୁବର୍ଣ୍ଣପୁରରେ ଉଦ୍‌ଘାଟିତ ହେଲା 200 ଶଯ୍ୟା ବିଶିଷ୍ଟ କୋଭିଡ-19 ହେଲଥ୍‌ ସେଣ୍ଟର

ମହାମାରୀ କରୋନା ମୁକାବିଲା ପାଇଁ ସୁବର୍ଣ୍ଣପୁରରେ ଉଦ୍‌ଘାଟିତ ହେଲା 200 ଶଯ୍ୟା ବିଶିଷ୍ଟ କୋଭିଡ-19 ହେଲଥ୍‌ ସେଣ୍ଟର । ସ୍ଥାନୀୟ ହିକୁଡି ଆଇ.ଟି.ଆଇ କଲେଜ ପରିସରରେ ଏହି ହେଲଥ୍‌ ସେଣ୍ଟରକୁ ଜିଲ୍ଲାପାଳ ମନୀଷା ବାନାର୍ଜୀ କରିଛନ୍ତି ଉଦଘାଟନ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ଉଦ୍‌ଘାଟିତ ହେଲା 200 ଶଯ୍ୟା ବିଶିଷ୍ଟ କୋଭିଡ-19 ହେଲଥ୍‌ ସେଣ୍ଟର
ସୁବର୍ଣ୍ଣପୁରରେ ଉଦ୍‌ଘାଟିତ ହେଲା 200 ଶଯ୍ୟା ବିଶିଷ୍ଟ କୋଭିଡ-19 ହେଲଥ୍‌ ସେଣ୍ଟର

ସୁବର୍ଣ୍ଣପୁର: ମହାମାରୀ କରୋନା ମୁକାବିଲା ପାଇଁ ଦେଶ ପ୍ରସ୍ତୁତ ହୋଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଛି କୋଭିଡ-19 ହେଲଥ୍‌ ସେଣ୍ଟର । ଓଡିଶା ସରକାରଙ୍କ ସ୍ବତନ୍ତ୍ର ଆର୍ଥିକ ସହାୟତାରେ ପ୍ରତିଷ୍ଠିତ ଏହି କୋଭିଡ୍ ହେଲଥ୍ ସେଣ୍ଟରରେ ମୋଟ ୨୦୦ଟି ଶଯ୍ୟା ରହିଛି ।

ସୁବର୍ଣ୍ଣପୁରରେ ଉଦ୍‌ଘାଟିତ ହେଲା 200 ଶଯ୍ୟା ବିଶିଷ୍ଟ କୋଭିଡ-19 ହେଲଥ୍‌ ସେଣ୍ଟର

କୋଭିଡ-19 ହେଲଥ୍‌ ସେଣ୍ଟରକୁ ସ୍ଥାନୀୟ ହିକୁଡି ଆଇ.ଟି.ଆଇ କଲେଜ ପରିସରରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଉଦଘାଟନ କରିଛନ୍ତି । ଏଥିରେ କୋରୋନା ସନ୍ଦିଗ୍ଧ ରୋଗୀଙ୍କ ପାଇଁ ୪୬ଟି କ୍ୟାବିନ୍ ସହ ୧୫୪ଟି ଆଇସୋଲେସନ ଶଯ୍ୟା ରହିଛି । ଠିକ୍ ସେହିପରି କରୋନା ପୀଡିତ ରୋଗୀଙ୍କ ଚିକିତ୍ସା ପାଇଁ ୪ ଜଣ ବିଶେଷଜ୍ଞଙ୍କ ସହ ୫୦ଜଣ ଡାକ୍ତର, ୧୦୫ ଜଣ ଷ୍ଟାଫ୍‌ ନର୍ସ, ୨୩ଜଣ ଲାବ୍ରୋଟରୀ ଟେକ୍ନିସିଆନ ଓ ୯ ଜଣ ଫାର୍ମାସିଷ୍ଟସ୍ ୨୪ ଘଣ୍ଟିଆ ଚିକିତ୍ସା ସେବା ଯୋଗାଇଦେବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Apr 16, 2020, 2:04 PM IST

ABOUT THE AUTHOR

...view details