ଓଡିଶା

odisha

ETV Bharat / state

ଧୋଇଗଲା ପୋଲ, ଯାତାୟତ ଠପ

ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ । ଆଠଖଣ୍ଡ ପଞ୍ଚାୟତବାସୀଙ୍କ ଯାତାୟତ ବାଧାପ୍ରାପ୍ତ ।

By

Published : Aug 3, 2019, 6:04 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଡୁଙ୍ଗୁରିପାଲି ବ୍ଲକ କଟାପାଲିରେ ଧୋଇଗଲା ଆରଡ଼ି ରାସ୍ତାର ଅସ୍ଥାୟୀ ପୋଲ । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପୋଲଟି ଭାଙ୍ଗି ଧୋଇ ଯାଇଛି । ଫଳରେ ରାସ୍ତାରେ 30 ଫୁଟର ଘାଇ ହୋଇଯାଇଥିବାରୁ ଏସ ରାମପୁର ଏବଂ କଟାପାଲିକୁ ସମ୍ପୂର୍ଣ ଭାବେ ଯୋଗାଯୋଗ ବିଛିନ୍ନ ହୋଇଛି I

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଯୋଗାଯୋଗ ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଥିବା 8ଟି ପଞ୍ଚାୟତର ପ୍ରାୟ ଷାଠିଏ ଖଣ୍ଡ ମୌଜାର ହଜାର ହଜାର ଲୋକଙ୍କ ଯିବା ଆସିବା ବନ୍ଦ ହୋଇଯାଇଛି । ଲୋକେ 5ରୁ 10 କିଲୋମିଟର ବୁଲି ରାମପୁର ସହରକୁ ଯିବା ଆସିବା କରୁଛନ୍ତି I କଟାପାଲି ଗାଁ ନିକଟରେ ଥିବା ଏହି ଅସ୍ଥାୟୀ ପୋଲ ପାଖରେ ଏକ ବ୍ରିଜ୍ କାମ ମଧ୍ୟ ଚାଲୁରହିଛି । ତୁରନ୍ତ ବ୍ରିଜ୍ କାମ ଶେଷ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି I ହେଲେ ଚଳିତ ବର୍ଷାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବର୍ଷ ସାରା ଲୋକେ ଯିବା ଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଥିବାବେଳେ ଅସ୍ଥାୟୀ ପୋଲ ଭାସିଯିବାରୁ ଯୋଗାୀଯୋଗ ଠପ ହୋଇଯାଇଛି । ଏଣୁ ତୁରନ୍ତ ଏଠାରେ ପୋଲ ତିଆରି ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details