ସୁବର୍ଣ୍ଣପୁର: ଜିଲ୍ଲାର ସହରର ମନ୍ଦିରଗୁଡିକର ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ସହରରେ ଅଷ୍ଟୋତ୍ତର 108 ମନ୍ଦିର ରହିଥିବାବେଳେ ସେବାୟତମାନେ ସେବା ପୂଜା ପାଇଁ ଆବଶ୍ୟକ ଅର୍ଥ ପାଉନାହାନ୍ତି । ବାରମ୍ବାର ଦେବୋତ୍ତର ବିଭାଗ ପାଖରେ ଦାବି କରୁଥିଲେ ମଧ୍ୟ ଦେବୋତ୍ତର ଅଧିକାରୀ ତଥା ଉପ ଜିଲ୍ଲାପାଳ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି ।
ଦେବାଦେବୀଙ୍କର ଦୈନନ୍ଦିନ ନୀତିକାନ୍ତି ଓ ଭୋଗ ଲାଗି ପ୍ରତି ମନ୍ଦିର ପାଇଁ ଦୈନିକ 400ରୁ 500 ଟଙ୍କା ଖର୍ଚ୍ଚ ହେଉଛି । ହେଲେ ସେବାୟତମାନେ ଦିନକର ଖର୍ଚ୍ଚରେ ମାସେ ବ୍ୟାପି ସେବା ପୂଜା କରିବା ସହିତ ମନ୍ଦିର ପରିଚାଳନା କରୁଥିବା ଦେଖିବାକୁ ମିଳୁଛି । ଗଡଜାତ ଶାସନ ଅମଳରୁ ଚୌହାନ ରାଜାମାନେ ପ୍ରତିଟି ମନ୍ଦିରର ନୀତିକାନ୍ତି ଓ ପରିଚାଳନା ପାଇଁ ବ୍ୟାପକ ଭୂସଂପତ୍ତିର ବ୍ୟବସ୍ଥା କରିଥିଲେ ।