ସୁବର୍ଣ୍ଣପୁର: ଓଡିଶା ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷକ କର୍ମଚାରୀଙ୍କ ବିକ୍ଷୋଭ । ସପ୍ତମ ବେତନ କମିଶନ ଆଧାରରେ ଦରମା ପ୍ରଦାନ , ରହି ଯାଇଥିବା ଶିକ୍ଷାନୁଷ୍ଠାନ ଗୁଡିକୁ ସରକାରୀ ମାନ୍ୟତା ପ୍ରଦାନ, ଚାକିରି ଓ ଅବସର ବ୍ୟବସ୍ଥା ଲାଗୁ , ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଖାଲି ପଡିଥିବା ପଦ ପଦବୀ ପୂରଣ ଓ ଚାକିରି ବୟସ ୬୦ରୁ ୬୨ ବର୍ଷ ବୃଦ୍ଧି କରିବା ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ ହୋଇଛି ।
ମିଳିତ ମଞ୍ଚର ବରିଷ୍ଠ ସଭ୍ୟ ସୁଶୀଳ ସାହୁଙ୍କ ନେତୃତ୍ବରେ ମଞ୍ଚର କାର୍ଯ୍ୟକର୍ତ୍ତାମାନେ ରାଜ୍ୟ ସରକାରଙ୍କ ପାଖରେ ବାରମ୍ବାର ଦାବି ଉପସ୍ଥାପନ କରିଥିଲେ ବି ସରକାର ଏ ଦିଗରେ ଧାନ ଦେଉ ନ ଥିବା ଅଭିଯୋଗ ହୋଇଛି । ଏବେ ଶିକ୍ଷା ବ୍ୟବସାୟୀ କରଣ ହେଉଥିବା ବେଳେ ସରକାର ସରକାରୀ ବିଦ୍ୟାଳୟ ପ୍ରତି ଧ୍ୟାନ ଦେଉ ନାହାନ୍ତି । ଶିକ୍ଷାନୁଷ୍ଠାନ ଗୁଡ଼ିକରେ କାର୍ଯ୍ୟ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଦାବି ଶୁଣୁ ନାହାନ୍ତି କି ସେମାନଙ୍କର ଭବିଷ୍ୟତ ସମ୍ପର୍କରେ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି ।