ସୁବର୍ଣ୍ଣପୁର: କୋରୋନା ଟିକାକରଣ ପାଇଁ ସୁବର୍ଣ୍ଣପୁରରେ ଗଠିତ ହୋଇଯାଇଛି ଟାକ୍ସଫୋର୍ସ । ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଜିଲ୍ଳା ସ୍ତରୀୟ ଟାସ୍କଫୋର୍ସ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ଥିବା ବେଳେ ଗ୍ରାମାଞ୍ଚଳରେ ଟିକାକରଣ ପାଇଁ ବିଡ଼ିଓମାନେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଡିସେମ୍ବର 30 ସୁଦ୍ଧା ଟିକାକରଣ ସ୍ଥାନ ଓ ଟିକାକରଣ ପାଇଁ ଆବଶ୍ୟକ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଚିହ୍ନଟ କରି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ସୁବର୍ଣ୍ଣପୁରରେ ଟିକାକରଣ ପାଇଁ ଟାସ୍କଫୋର୍ସ ଗଠିତ - vaccination
କୋରୋନା ଟିକାକରଣ ପାଇଁ ସୁବର୍ଣ୍ଣପୁରରେ ଗଠିତ ହୋଇଯାଇଛି ଟାକ୍ସଫୋର୍ସ । ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଜିଲ୍ଳା ସ୍ତରୀୟ ଟାସ୍କଫୋର୍ସ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...
ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ବୈଠକ ପ୍ରତ୍ୟେକ ବୁଧବାର ବସିବାକୁ ଥିବା ବେଳେ ବ୍ଲକ ସ୍ତରରେ ବିଡ଼ିଓଙ୍କ ଅଧ୍ୟକ୍ଷତାରେ ଦିନେ ଟାସ୍କଫୋର୍ସ ବୈଠକ ବସି ନିତି ନିର୍ଧାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାପାଳ ମନୀଷା ବାନାର୍ଜୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦିଲ୍ଲୀପ କୁମାର ପଣ୍ଡା , ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ନବ ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କ ସମେତ ଅନେକ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ଏହି ନିଷ୍ପତ୍ତି ନେଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ