ଓଡିଶା

odisha

ETV Bharat / state

ଜବରଦଖଲ ଉଚ୍ଛେଦ ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ - ତରେଇକେଲା ଗାଁ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ତରେଇକେଲା ଗାଁ ଲୋକେ । ଅଧିକ ପଢନ୍ତୁ...

ଜବର ଦଖଲ ଉଚ୍ଛେଦ ପାଇଁ ତରେଇକେଲା ଗାଁ ଲୋକଙ୍କ ଦାବି
ଜବର ଦଖଲ ଉଚ୍ଛେଦ ପାଇଁ ତରେଇକେଲା ଗାଁ ଲୋକଙ୍କ ଦାବି

By

Published : Jul 16, 2021, 12:54 PM IST

ସୁବର୍ଣ୍ଣପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ତରେଇକେଲା ଗାଁ ଲୋକେ । ଉକ୍ତ ଗାଁରୁ ଯାଇ ଘଣ୍ଟପାଲି ଗାଁରେ ବସତି ସ୍ଥାପନ କରିଥିବା ଲୋକେ ଜବରଦଖଲ କରିଥିବା ସରକାରୀ ଜମିକୁ ଏବେ ବିକ୍ରି କରୁଥିବା ତରେଇକେଲା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରାୟ 30 ବର୍ଷ ତଳେ ତରେଇକେଲା ମୌଜାର କିଛି ଲୋକ ଯାଇ ଘଣ୍ଟପାଲି ଗାଁ ନାମରେ ଏକ ବସତି ସ୍ଥାପନ କରିଥିଲେ । ଧିରେ ଧିରେ ସେଠାରେ ପ୍ରାୟ 30 ରୁ ଅଧିକ ପରିବାର ରହି ଆସୁଥିବା ବେଳେ ପ୍ରାୟ 127 ଏକରରୁ ଅଧିକ ପରିମାଣର ରାଜସ୍ବ ଜମି ଜବର ଦଖଲ କରିଛନ୍ତି ।

ଜବର ଦଖଲ ଉଚ୍ଛେଦ ପାଇଁ ତରେଇକେଲା ଗାଁ ଲୋକଙ୍କ ଦାବି

ତେବେ ଜବରଦଖଲକାରୀ ଲୋକେ ସେହି ସରକାରୀ ଜମିକୁ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଘଣ୍ଟପାଲି ଗାଁ ଲୋକେ ରହୁଥିବା ସରକାରୀ ଜମିର ସ୍ଥାୟୀ ପଟ୍ଟା ପାଇଁ କିଛି ଦିନ ତଳେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିବା ବେଳେ ତରେଇକେଲା ଗାଁ ଲୋକେ ଘଣ୍ଟପାଲି ଗାଁ ଲୋକଙ୍କୁ ଜବରଦଖଲରୁ ଉଚ୍ଛେଦ କରାଯାଉ ବୋଲି ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି ।

ସରକାରୀ ଜମି ଜବରଦଖଲ ହୋଇଥିବାରୁ ଏବେ ଗୋଚାରଣ ପାଇଁ ସମସ୍ୟା ଦେଖା ଦେଇଛି ବୋଲି ଅଭିଯୋଗ କରିଛନ୍ତି । ତେବେ କିଛି ଧନୀ ଲୋକ ଏବେ ସରକାରୀ ଜମି କିଣା ବିକାରେ ସାମିଲ ହୋଇଥିବା ତରେଇକେଲା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଜବରଦଖଲ ଉଚ୍ଛେଦ ପାଇଁ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details