ସୁବର୍ଣ୍ଣପୁର: ଜିଲ୍ଲା ତରଭା ସହରର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି । ତେବେ ଦୁଇ ଜଣ କର୍ମଚାରୀ କୋରୋନାରେ ସଂକ୍ରମିତ ବୋଲି ଜଣାପଡିଛି । ଏହି କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ପ୍ରଥମେ ଜଣେ ପ୍ରଶାସନିକ ଅଧିକାରୀ କୋରୋନା ସଂକ୍ରମିତ ବୋଲି ଜଣାପଡିଥିଲା ।
ପୁଣି ଜଣେ କର୍ମଚାରୀ କୋରୋନାରେ ସଂକ୍ରମିତ ବୋଲି ରିପୋର୍ଟ ମିଳିବା ପରେ ପୁରା କ୍ୟାମ୍ପସକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଏହି କ୍ୟାମ୍ପସରେ ପ୍ରାୟ 20ରୁ ଅଧିକ ପରିବାର ବାସ କରୁଥିବା ବେଳେ ଅଧିକାଂଶ ବ୍ଲକ ସ୍ତରୀୟ କାର୍ଯ୍ୟାଳୟ ବି ରହିଛି । ତେବେ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପୁରା କ୍ୟାମ୍ପସକୁ ସିଲ କରି ଦିଆଯାଇଛି ।