ସୁବର୍ଣ୍ଣପୁର: ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି ତରଭା ଅଞ୍ଚଳବାସୀ । କୋରୋନା ଚିହ୍ନଟ ପରେ ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ନାଇକେନପାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଫଳରେ ଏବେ ଲୋକେ ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ କିମ୍ବା ବଲାଙ୍ଗୀର ଜିଲ୍ଲାର ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି ।
କୋରୋନା ଚିହ୍ନଟ ପରେ ସିଲ ମେଡିକାଲକୁ ସାନିଟାଇଜ କରି ଖୋଲିବା ଦାବି - କୋରୋନା ଚିହ୍ନଟ ପରେ ସିଲ ଚିକିତ୍ସାଳୟ
ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇଛନ୍ତି ତରଭା ଅଞ୍ଚଳବାସୀ । କୋରୋନା ଚିହ୍ନଟ ପରେ ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ନାଇକେନପାଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଅଧିକ ପଢନ୍ତୁ...
ସୂଚନାନୁଯାୟୀ, ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଜଣେ ଡାକ୍ତର ଓ ନାଇକେନପାଲି ସ୍ୱାସ୍ଥ୍ୟ କେନ୍ଦ୍ରର କମ୍ପ୍ୟୁଟର ଅପରେଟର କୋରୋନା ସଂକ୍ରମଣ ହେବା ପରେ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ତେବେ କୋରୋନା ସଂକ୍ରମିତ ଡାକ୍ତର ବିଭିନ୍ନ ଟିଏମସିର ଦାୟିତ୍ଵରେ ରହିଥିଲେ । ଫଳରେ ସଂକ୍ରମିତ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା କରିବାକୁ ଦାବି ହେଉଛି । ଏପରିକି ମୋବାଇଲ ହେଲଥ ୟୁନିଟକୁ କ୍ରିୟାଶୀଳ କରିବା ସହିତ ତରଭା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସାନିଟାଇଜ କରି ଖୋଲିବା ଏବଂ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲିବା ପାଇଁ ଦାବି କରାଯାଉଛି ।
ସୁବର୍ଣ୍ଣପୁର ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ