ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ - subarnapur collectorate news

ସୁବର୍ଣ୍ଣପୁର ଜିଲ୍ଲା ସ୍ବଚ୍ଛ ଭାରତ ମିଶନ ସ୍ବେଚ୍ଛାସେବୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଧିକ ପଢନ୍ତୁ...

swacha bharat social worker protest in front of subarnapur collectorate
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

By

Published : Feb 11, 2020, 2:59 PM IST

ସୁବର୍ଣ୍ଣପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ । ସୁବର୍ଣ୍ଣପୁର ଜିଲ୍ଲା ସ୍ବଚ୍ଛ ଭାରତ ମିଶନ ସ୍ବେଚ୍ଛାସେବୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

2015 ମସିହାରୁ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ 6ଟି ବ୍ଲକର ସ୍ବେଚ୍ଛାସେବୀମାନେ ପ୍ରତିଟି ଘର ବୁଲି ବୁଲି ଶୌଚାଳୟ ବ୍ୟବହାର କରିବାକୁ ସଚେତନତା ସୃଷ୍ଟି କରିଥିଲେ । ଫଳରେ ସାରା ଜିଲ୍ଲା ବାହ୍ୟ ମଳ ମୁକ୍ତ ହେବାରେ ସଫଳତା ପାଇଛି । ସ୍ବେଚ୍ଛାସେବୀଙ୍କୁ ଆରମ୍ଭରେ ପ୍ରତିଟି ଶୌଚାଳୟ ପାଇଁ 150 ଟଙ୍କା ଓ ପରବର୍ତ୍ତୀ ସମୟରେ 100 ଟଙ୍କା ଦେବା ପାଇଁ ଜିଲ୍ଲା ଜଳ ଓ ପରିମଳ ବିଭାଗ ପକ୍ଷରୁ ଧାର୍ଯ୍ୟ କରାଯାଇଥିଲା।

ଆଜକୁ ବର୍ଷେରୁ ଅଧିକ ହେଲା ସ୍ବେଚ୍ଛାସେବୀମାନେ ସହାୟତା ରାଶି ପାଇ ନାହାଁନ୍ତି। ତୁରନ୍ତ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଆଜି ସ୍ବେଚ୍ଛାସେବୀମାନେ ଆନ୍ଦୋଳନ କରିବା ସହିତ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details