ଓଡିଶା

odisha

ETV Bharat / state

'ଦୁର୍ନୀତି ମୁକ୍ତ ସମାଜ ଗଠନ ଚରିତ୍ରରେ ସଂସ୍କାର ଆବଶ୍ୟକ' - ଦୁର୍ନୀତି ମୁକ୍ତ ହେବାପାଇଁ ଶପଥପାଠ

ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ଚରିତ୍ରରେ ସଂସ୍କାର ଆବଶ୍ୟକ । ଛାତ୍ରଛାତ୍ରୀ , ବୁଦ୍ଧିଜୀବୀ , ସରକାରୀ କର୍ମଚାରୀ ମାନଙ୍କୁ ଦୁର୍ନୀତି ମୁକ୍ତ ହେବାପାଇଁ ଶପଥପାଠ କରାଯାଇଛି ।

ଫଟୋ ସୌଜନ୍ୟ : ପ୍ରତିନିଧି, ସୁବର୍ଣ୍ଣପୁର

By

Published : Oct 31, 2019, 4:01 PM IST

ସୁବର୍ଣ୍ଣପୁର : ଦୁର୍ନୀତି ନିବାରଣ ସପ୍ତାହ । ସ୍ଥାନୀୟ ଡିଆରଡିଏ ସମ୍ବିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଛି ।

ଜିଲ୍ଲାପାଳ ମନୀଷା ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ଚାରିତ୍ରିକ ସଂସ୍କାରର ଆବଶ୍ୟକ ରହିଛି ବୋଲି କହିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡା ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ , ବୁଦ୍ଧିଜୀବୀ , ସରକାରୀ କର୍ମଚାରୀ ମାନଙ୍କୁ ଦୁର୍ନୀତି ମୁକ୍ତ ହେବା ପାଇଁ ଶପଥପାଠ କରାଇଛନ୍ତି। ଏହି ସଚେତନତା ସଭାରେ ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ ଦୁର୍ନୀତି ନିବାରଣ ପାଇଁ ଜିଲ୍ଲା ପ୍ରଶାସନର ଆନ୍ତରିକତା ଆବଶ୍ୟକ ବୋଲି କହିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ସୁବର୍ଣ୍ଣପୁର

ସରକାରୀ କର୍ମଚାରୀ ନିଷ୍ଠାପର ଭାବେ କାର୍ଯ୍ୟ କଲେ ଦୁର୍ନୀତି ଦୂର ସମ୍ଭବ ବୋଲି କହିଥିଲେ । ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ଉଭୟ ଜିଲ୍ଲା ପ୍ରଶାସନ ଓ ଗଣମାଧ୍ୟମର ମିଳିତ ପ୍ରୟାସ ଦରକାର ବୋଲି କହିଥିଲେ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details