ସୁବର୍ଣ୍ଣପୁର: ବିଂଶ ଶତାବ୍ଦିରେ ପାଦ ଥାପିଲାଣି ମଣିଷ ସମାଜ । ମାତ୍ର ଲୋକଙ୍କ ମନରୁ ଏବେବି ଲିଭିନାହିଁ ଅନ୍ଧ ବିଶ୍ବାସ । ପୂର୍ବ କାଳରେ ତ ସାପ କାମୁଡିଲେ କିମ୍ବା ଅନ୍ୟାନ୍ୟ ରୋଗହେଲେ ଲୋକେ ଗୁଣିଆ ପାଖକୁ ଯାଉଥିଲେ କିମ୍ବା ଗୁଣି ଗାରେଡି ଉପରେ ବିଶ୍ବାସ କରୁଥିଲେ । ହେଲେ ଏବେ ମୃତ ପୁଅକୁ ଜୀବିତ କରିବାର ଅନ୍ଧ ବିଶ୍ବାସ ଘାରିଛି ବାପା ମାଆଙ୍କୁ ।
ମୃତ ପୁଅର ଅନ୍ତିମ ସତ୍କାର କରିବା ପରିବର୍ତ୍ତେ ଡାକ୍ତର ନୁହେଁ ଗୁଣିଆ ମୃତ ପୁଅକୁ ବଞ୍ଚାଇଦେବା ଆଶାରେ ମୃତଦେହକୁ ଘରେ ରଖିଛନ୍ତି ବାପା ମାଆ । ଏପରି ଏକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ନାରାୟଣପୁର ଗାଁରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଗାଁର ନବଘନ କର୍ମୀଙ୍କ 10 ମାସର ପୁଅକୁ ଝାଡାବାନ୍ତି ହେବାରୁ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘରକୁ ଆସିବା ପରେ ପୁଅକୁ ପୁଣି ଏକ ଗୁଣିଆକୁ ଦେଖାଇଥିଲେ । ଗୁଣିଆ ଜଣକ ଶିଶୁଟିକୁ ଡାହାଣୀ କୋପ ଲାଗିଥିବା କହିବା ସହ ପୁଅ ବଞ୍ଚିଯିବ ବୋଲି ପ୍ରତିଶୃତି ଦେଇଥିଲେ ।