ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁର DFO କାର୍ଯ୍ୟାଳୟ ମିଶ୍ରଣ ପ୍ରସଙ୍ଗ, ଆନ୍ଦୋଳନ ଚେତାବନୀ ଦେଲା ବିଜେପି - Sambaklpur DFO office

ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସମ୍ବଲପୁର ଡିଭିଜନରେ ମିଶ୍ରଣ ପାଇଁ ସରକାରୀ ସ୍ତରରେ ବ୍ୟାପକ ଆଲୋଚନା ଚାଲିଛି । ଏହାକୁ ଜିଲ୍ଲା ବିଜେପି ବିରୋଧ କରି ଆନ୍ଦୋଳନ କରିବା ଧମକ ଦେଇଛି । ଅଧିକ ପଢନ୍ତୁ...

Subranapur dfo office merge issue bjp oppose
ସୁବର୍ଣ୍ଣପୁର DFOଙ୍କ କାର୍ଯ୍ୟାଳୟକୁ ଉଠାଇବା ପ୍ରସଙ୍ଗ, ବିଜେପିର ବିରୋଧ

By

Published : Aug 27, 2021, 8:46 PM IST

ସୁବର୍ଣ୍ଣପୁର: ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସମ୍ବଲପୁର ଡିଭିଜନରେ ମିଶ୍ରଣ ପାଇଁ ସରକାରୀ ସ୍ତରରେ ବ୍ୟାପକ ଆଲୋଚନା ଚାଲିଛି । ସରକାର ଚୁଡାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ନ ଉଠାଇବାକୁ ଦାବି କରିଛି ବିଜେପି । ଡିଏଫଓଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ହେଲେ ଜିଲ୍ଲାରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବିଜେପି ନେତା ବଳଦେବ ବେଦବାଗ ଧମକ ଦେଇଛନ୍ତି ।

ସୁବର୍ଣ୍ଣପୁର DFOଙ୍କ କାର୍ଯ୍ୟାଳୟକୁ ଉଠାଇବା ପ୍ରସଙ୍ଗ, ବିଜେପିର ବିରୋଧ

ସୁବର୍ଣ୍ଣପୁରର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଉଠାଇବାକୁ ଚାଲିଛି ଚକ୍ରାନ୍ତ । ଜିଲ୍ଲାରେ ବ୍ୟାପକ ପରିମାଣର ଜଙ୍ଗଲ ରହିଛି । ପୁରୁଣା ଜଙ୍ଗଲର ପୁନଃରୁଦ୍ଧାର ସାଙ୍ଗକୁ ସାମାଜିକ ବନୀକରଣ ଯୋଜନା ଚାଲିଛି । ସେହିପରି ଜିଲ୍ଲାରେ ଅସାମାଜିକ ଲୋକେ ବନ୍ୟଜନ୍ତୁଙ୍କ ଶିକାର କରୁଛନ୍ତି । ଜିଲ୍ଲାର ସିଂହାସନ ଜଙ୍ଗଲ ଓ ବାରପାହାଡ ଜଙ୍ଗଲରେ ପ୍ରାୟ 25ରୁ ଅଧିକ ହାତୀ ବ୍ୟାପକ ପରିମାଣରେ ଫସଲ ନଷ୍ଟ କରୁଛନ୍ତି । ଘରଦ୍ବାର ଭାଙ୍ଗିବା ସହିତ ହାତୀପଲ ଅନେକ ଧନ ଜୀବନ ନଷ୍ଟ କରୁଛନ୍ତି । ତେବେ କ୍ଷତିଗ୍ରସ୍ତ ଲୋକେ ବନ ବିଭାଗର ସହଯୋଗରୁ ବଞ୍ଚିତ ହେଲେ ଡିଏଫଓଙ୍କ କାର୍ଯ୍ୟାଳୟକୁ ଆସି ନିଜ ଦାବି ଉପସ୍ଥାପନ କରିବା ସହିତ ସରକାରୀ ସହାୟତା ବି ପାଉଛନ୍ତି । ତେବେ ଡିଏଫଓ ଅଫିସ ଉଠିଗଲେ ପୂର୍ବଭଳି ବଲାଙ୍ଗୀର ଓ ସମ୍ବଲପୁର ଡିଭିଜନରେ ଜିଲ୍ଲାର ଜଙ୍ଗଲ ଓ ରେଞ୍ଜ ଦୁଇଭାଗ ହୋଇଯିବ । ଫଳରେ ଲୋକେ ଆଉ ବନବିଭାଗ ପାଖରୁ ଆବଶ୍ୟକ ସହଯୋଗ ପାଇବେ ନାହିଁ ବୋଲି ବିଜେପି ଅଭିଯୋଗ କରିଛି ।

ଜିଲ୍ଲାରେ ଅନେକ ପରିମାଣରେ କାଠ ମାଫିଆ ମାତିଥିବା ସାଙ୍ଗକୁ ବନ ବିଭାଗ ପକ୍ଷରୁ ଅନେକ ଶ୍ରମ ଭିତ୍ତିକ ଯୋଜନା ଚାଲିଛି । ଲୋକେ ନିଜ ଶ୍ରମଦାନ କରି ଆର୍ଥିକ ସହଯୋଗ ପାଇ ପାରୁଛନ୍ତି । କିଛି ବ୍ୟତିକ୍ରମ ହେଲେ ସିଧାସଳଖ ଡିଏଫଓଙ୍କ ପାଖରେ ନିଜ ଅଭିଯୋଗ କରି ପାରୁଛନ୍ତି । ତେବେ ଜିଲ୍ଲା ବନ ଅଧିକାରୀଙ୍କ କାର୍ଯ୍ୟାଳୟ ଉଠିଗଲେ ପରିବେଶ ଅସନ୍ତୁଳନ ହେବା ସହିତ ଜନସାଧାରଣଙ୍କ କ୍ଷତି ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ସରକାର ଏହି ନିଷ୍ପତ୍ତିରୁ ଓହରି ନ ଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ବିଜେପି ନେତା ବଳଦେବ ବେଦବାଗ ଧମକ ଦେଇଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details