ଓଡିଶା

odisha

ETV Bharat / state

ଦୁଇ କର୍ମଚାରୀ କୋରୋନା ପଜିଟିଭ, ତିନିଦିନ ତହସିଲ ବନ୍ଦ - ସୁବର୍ଣ୍ଣପୁର ତହସିଲ କାର୍ଯ୍ୟାଳୟ ବନ୍ଦ

ଦୁଇ ଜଣ କର୍ମଚାରୀ କୋଭିଡ ସଂକ୍ରମିତ ହେବା ପରେ, ତିନିଦିନ ପାଇଁ ବନ୍ଦ ଘୋଷଣା ହେଲା ସୁବର୍ଣ୍ଣପୁର ଜିଲ୍ଲା ସଦର ତହସିଲ କାର୍ଯ୍ୟାଳୟ ।

subernapur tahasil office close for three days, after two staff tested covid positive
ଦୁଇ କର୍ମଚାରୀ କୋରୋନା ପଜିଟିଭ, ତିନିଦିନ ତହସିଲ ବନ୍ଦ

By

Published : Sep 22, 2020, 7:33 PM IST

Updated : Sep 22, 2020, 7:44 PM IST

ସୁବର୍ଣ୍ଣପୁର: ତିନିଦିନ ପାଇଁ ସିଲ ହେଲା ଜିଲ୍ଲା ସଦର ତହସିଲ କାର୍ଯ୍ୟାଳୟ । କାର୍ଯ୍ୟାଳୟର ଦୁଇ ଜଣ କର୍ମଚାରୀ କୋଭିଡ ସଂକ୍ରମିତ ବୋଲି ଜଣା ପଡିବା ପରେ ତୁରନ୍ତ କାର୍ଯ୍ୟାଳୟକୁ ବନ୍ଦ କରି ଦିଆଯାଇଥିଲା । ପ୍ରଶାସନର ନିର୍ଦ୍ଦେଶରେ କର୍ମଚାରୀଙ୍କୁ କୋଭିଡ ପରୀକ୍ଷା କରି ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଦୁଇ କର୍ମଚାରୀ କୋରୋନା ପଜିଟିଭ, ତିନିଦିନ ତହସିଲ ବନ୍ଦ

ତହସିଲଦାରଙ୍କ କାର୍ଯ୍ୟାଳୟରେ ହାତ ଧୋଇବା ବ୍ୟବସ୍ଥା ସହିତ ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ସାନିଟାଇଜର ବ୍ୟବହାର କରିବା ଉପରେ ବେଶ ଗୁରୁତ୍ୱ ଦିଆଯାଉଥିଲା । ତହସିଲଦାର ଅରବିନ୍ଦ ବେହେରା କୋଭିଡ ଯୋଦ୍ଧା ଭାବେ କାର୍ଯ୍ୟ କରି ଆସୁଛନ୍ତି। କାର୍ଯ୍ୟାଳୟରେ କିଭଳି କୋଭିଡ ସଂକ୍ରମଣ ନ ହେବ ସେଥିପାଇଁ ସେ ବେଶ ଯତ୍ନବାନ ଥିଲେ।

ମାତ୍ର ପ୍ରତିଦିନ ଶହ ଶହ ଲୋକ ବିଭିନ୍ନ ପ୍ରକାର ରାଜସ୍ୱ କାର୍ଯ୍ୟରେ କାର୍ଯ୍ୟାଳୟକୁ ଆସୁଥିବାରୁ କର୍ମଚାରୀମାନେ କୋଭିଡ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । ତେବେ ଦୁଇ ଦିନ ପରେ ପୁଣି କାର୍ଯ୍ୟାଳୟ ସ୍ୱାଭାବିକ ଭାବେ ଚାଲିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Sep 22, 2020, 7:44 PM IST

ABOUT THE AUTHOR

...view details