ଓଡିଶା

odisha

ETV Bharat / state

ଅବସରପ୍ରାପ୍ତ କର୍ମଚାରୀଙ୍କୁ ଉପେକ୍ଷା, ଆନ୍ଦୋଳନ ଧମକ ଦେଲା EPF ପେନ୍‌ସନର୍ସ ଆସୋସିଏସନ

ସୁବର୍ଣ୍ଣପୁରରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ରାଜ୍ୟ ସରକାର ଉପେକ୍ଷା କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସୁବର୍ଣ୍ଣପୁର EPF ପେନ୍‌ସନର୍ସ ଆସୋସିଏସନ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରିବାକୁ ଧମକ ଦିଆଯାଇଛି । ଅଧିକ ପଢ଼ନ୍ତୁ...

ଅବସରପ୍ରାପ୍ତ କର୍ମଚାରୀଙ୍କୁ ଉପେକ୍ଷା, ଆନ୍ଦୋଳନ ଧମକ ଦେଲା EPF ପେନ୍‌ସନରର୍ସ ଏସୋସିଏସନ
ଅବସରପ୍ରାପ୍ତ କର୍ମଚାରୀଙ୍କୁ ଉପେକ୍ଷା, ଆନ୍ଦୋଳନ ଧମକ ଦେଲା EPF ପେନ୍‌ସନରର୍ସ ଏସୋସିଏସନ

By

Published : Oct 24, 2021, 8:42 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ରାଜ୍ୟ ସରକାର ଉପେକ୍ଷା କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସୁବର୍ଣ୍ଣପୁର EPF ପେନ୍‌ସନରର୍ସ ଏସୋସିଏସନ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରିବାକୁ ଧମକ ଦିଆଯାଇଛି । ସରକାରୀ ଅବସରପ୍ରାପ୍ତ କର୍ମଚାରୀମାନେ ରାଜ୍ୟ ସରକାରଙ୍କ ଉପେକ୍ଷାର ପ୍ରତିବାଦ କରି ଜିଲ୍ଲା ପ୍ରଶାସନ ଆଗରେ ଧାରଣା, ବିିକ୍ଷୋଭ ପ୍ରଦର୍ଶନ କରିବା ସହ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ।

ଅବସରପ୍ରାପ୍ତ କର୍ମଚାରୀଙ୍କୁ ଉପେକ୍ଷା, ଆନ୍ଦୋଳନ ଧମକ ଦେଲା EPF ପେନ୍‌ସନରର୍ସ ଏସୋସିଏସନ

ରାଜ୍ୟ ସରକାର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଉପେକ୍ଷିତ କରୁଥିବା ଅଭିଯୋଗ କରିଛନ୍ତି EPF ପେନ୍‌ସନର୍ସ ଆସୋସିଏସନ ସଦସ୍ୟ । ସର୍ବନିମ୍ନ ମାସିକ ପେନସନ ୯ ହଜାର ଟଙ୍କା ସହ ମହଙ୍ଗା ଭତ୍ତା ପ୍ରଦାନ, ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନ୍‌ସନ୍‌ ପ୍ରଦାନ, ସମସ୍ତ EPF ପେନ୍‌ସନ୍‌ ଭୋଗୀଙ୍କୁ ଚିକିତ୍ସା ଭତ୍ତା କିମ୍ବା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରି ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରିବା । ସମସ୍ତ EPF ପେନସନଭୋଗୀ ବରିଷ୍ଠ ନାଗରିକଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛି ସୁବର୍ଣ୍ଣପୁର EPF ପେନ୍‌ସନର୍ସ ଆସୋସିଏସନ ।

ପୂର୍ବରୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଛି EPF ପେନ୍‌ସନର୍ସ ଆସୋସିଏସନ । ତେବେ ବରିଷ୍ଠ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଦାବି ଶୁଣୁ ନଥିବାରୁ ଆଗକୁ ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛି ଆସୋସିଏସନ । ଏହାକୁ ନେଇ ସ୍ଥାନୀୟ ଭଗବତୀ କଲ୍ୟାଣ ମଣ୍ଡପରେ ଆୟୋଜିତ କର୍ମକର୍ତ୍ତାଙ୍କ ବୈଠକରେ ନିଷ୍ପତ୍ତି ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details