ଓଡିଶା

odisha

ETV Bharat / state

ଅମାନିଆକୁ ସାବାଡ କରୁଛି ସୁବର୍ଣ୍ଣପୁର ପୋଲିସ

କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏବେ ସାରା ଜିଲ୍ଲାରେ ଲକଡାଉନ,କର୍ଫ୍ୟୁ ଓ ସଟଡାଉନ ପାଳନ କରାଯାଉଥିବା ବେଳେ ଆଇନ ଉଲ୍ଲଂଘନ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

subarnpur police
ଅମାନିଆକୁ ସାବାଡ କରୁଛନ୍ତି ସୁବର୍ଣ୍ଣପୁର ପୋଲିସ

By

Published : Jul 19, 2020, 12:36 PM IST

ସୁବର୍ଣ୍ଣପୁର: ଅମାନିଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛି ସୁବର୍ଣ୍ଣପୁର ପୋଲିସ । କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏବେ ସାରା ଜିଲ୍ଲାରେ ଲକଡାଉନ,କର୍ଫ୍ୟୁ ଓ ସଟଡାଉନ ପାଳନ କରାଯାଉଥିବା ବେଳେ ଆଇନ ଉଲଘଂନ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

ଏବେ ଜିଲ୍ଲାରେ ସପ୍ତାହର ଦୁଇ ଦିନ ସଟଡାଉନ ଲାଗୁ ହୋଇଥିବା ବେଳେ ସନ୍ଧ୍ୟା 7ରୁ ସକାଳ 7 ଯାଏଁ କର୍ଫ୍ୟୁ ଲାଗିଛି। ପ୍ରତିଦିନ ପୋଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ମାସ୍କ ଚେକିଂ କରାଯାଉଛି। ଲକଡାଉନ ଆରମ୍ଭରୁ ଆଜିଯାଏଁ ପୋଲିସ 7 ହଜ଼ାର 30 ଜଣଙ୍କ ପାଖରୁ 19 ଲକ୍ଷ 55 ହଜ଼ାର ଟଙ୍କା ଜୋରିମାନା ଆଦାୟ କରିଛି ।

ସେହିପରି 943 ଗୋଟି ଚାଲାଣ କଟାଯାଇ 7 ଲକ୍ଷ 65 ହଜ଼ାର 500 ଟଙ୍କା ଆଦାୟ କରାଯାଇଛି। ଲକଡାଉନ ଉଲ୍ଲଂଘନ ବାବଦକୁ 167ଟି ମାମଲା ରୁଜୁ କରାଯାଇଛି। ଜିଲ୍ଲାରେ ପୋଲିସର ଅର୍ଥ ଦଣ୍ଡ ଭୟରେ ଲୋକେ ଠିକ ଭାବରେ ସଟଡାଉନ ପାଳନ କରୁଥିବା ଦେଖିବାକୁ ମିଳିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details