ସୁବର୍ଣ୍ଣପୁର:ସରକାରୀ ନୀତି ନିୟମର ଉଲଂଘନ କରି ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରୁଥିବା ଅଭିଯୋଗ କରିଛି ବିଜେପି । ସୁବର୍ଣ୍ଣପୁରର ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟକୁ ମିଳିଥିବା ୯୬ ଲକ୍ଷ ଟଙ୍କା ବେଆଇନ ଭାବେ ଖର୍ଚ୍ଚ ହୋଇଥିବା ବିଜେପି ସାଙ୍ଘାତିକ ଅଭିଯୋଗ କରିଛି । ଗୃହ ଓ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସରକାରଙ୍କୁ ମିଥ୍ୟା ୟୁସି ରିପୋର୍ଟ ଦେଇଛନ୍ତି । ସୁବର୍ଣ୍ଣପୁରର ବରିଷ୍ଠ ବିଜେପି ନେତା ବଳଦେବ ବେଦବାଗ ଏହି ଅଭିଯୋଗ କରିଛନ୍ତି ।
ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ନୂତନ କୋଠା ନିର୍ମାଣ ପାଇଁ ଗୃହ ଓ ପୂର୍ତ୍ତ ବିଭାଗକୁ ୯୬ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା । ତାହା କୋଠା ନିର୍ମାଣରେ ଖର୍ଚ୍ଚ ନ କରାଯାଇ ସେହି ଅନୁଦାନରେ ମହାବିଦ୍ୟାଳୟରେ ପାଚେରୀ ନିର୍ମାଣ କରାଯାଇଛି । ଏପରିକି ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ସରକାରଙ୍କ ପାଖରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ନେଇ ୟୁସି ଦାଖଲ କରାଯାଇଛି ।