ସୁବର୍ଣ୍ଣପୁର: ସଜେଇ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । । 5T ସଚିବ ପାଣ୍ଡିଆନଙ୍କ ଗସ୍ତ ପାଇଁ ଚିକିତ୍ସାଳୟ କର୍ତ୍ତୃପକ୍ଷ ଏବେ ପରିଷ୍କାର ପରିଚ୍ଛନ୍ନତା ଦିଗରେ ବେଶ ଯତ୍ନବାନ ହୋଇଛନ୍ତି ।
ଚିକିତ୍ସାଳୟରେ ଶିଉଳି ଲାଗିଥିବା କାନ୍ଥ ଗୁଡିକ ସଫେଇ କରାଯାଇ ରଙ୍ଗ କରାଯାଉଛି। ମେଡିକାଲ ପରିସର ପ୍ରତିଦିନ ସଫାସୁତୁରା କରାଯାଇ ଚିକିତ୍ସାଳୟର ଲାଗିଥିବା ବିଦ୍ୟୁତ ଉପକରଣ ସବୁ ମରାମତି କରାଯାଇଛି । ତେବେ ପାନୀୟ ଜଳ, ବିଶ୍ରାମଗାର ସହ ସହରରେ ଥିବା ଅନେକ ବେଆଇନ କ୍ଲିନିକ ସଚିବଙ୍କ ଭୟରେ ବନ୍ଦ କରି ଦିଆଯାଇଛି ।