ଓଡିଶା

odisha

By

Published : Nov 30, 2021, 6:19 PM IST

ETV Bharat / state

Zero Accident Death; ଲକ୍ଷ୍ୟରେ ସୁବର୍ଣ୍ଣପୁର ଜିଲ୍ଲା

ଜୀବନ ସବୁଠାରୁ ମୂଲ୍ୟବାନ। ତେବେ ସଡକ ଦୁର୍ଘଟଣା ହେଉ ଅବା ଦୈବୀ ଦୁର୍ଘଟଣା ପ୍ରତିଟି ଜୀବନକୁ ସୁରକ୍ଷା ଦେବା ପାଇଁ ସଭିଏଁ ଉଦ୍ୟମ କରିବା ଆବଶ୍ୟକ । ଅଧିକ ପଢନ୍ତୁ

Zero Accident death in Subaranapur
Zero Accident death in Subaranapur

ସୁବର୍ଣ୍ଣପୁର: ଜୀବନ ସବୁଠାରୁ ମୂଲ୍ୟବାନ । ତେବେ ସଡକ ଦୁର୍ଘଟଣା ହେଉ ଅବା ଦୈବୀ ଦୁର୍ଘଟଣା ପ୍ରତିଟି ଜୀବନକୁ ସୁରକ୍ଷା ପାଇଁ ସଭିଏଁ ଉଦ୍ୟମ କରିବା ଆବଶ୍ୟକ । ଏହି ଉଦ୍ଦେଶ୍ୟ ନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ (Department of Transportation) ପକ୍ଷରୁ ଆରମ୍ଭ ହୋଇଥିବା ରକ୍ଷକ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ (Additional District Magistrate Surya Narayan Das Subarnapur) ଯୋଗ ଦେଇ ଏହା କହିଛନ୍ତି ।

Zero Accident death; ଲକ୍ଷ୍ୟରେ ସୁବର୍ଣ୍ଣପୁର ଜିଲ୍ଲା

ରେଡକ୍ରସ ପ୍ରଶିକ୍ଷକ ଓ ସ୍ବେଛାସେବୀମାନଙ୍କୁ ଜୀବନ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସ ,ପରିବହନ ବିଭାଗ ଓ ରେଡକ୍ରସ ପ୍ରଶିକ୍ଷକ ଓ ସ୍ବେଛାସେବୀ ଜୀବନ ସୁରକ୍ଷାର ବାର୍ତ୍ତା ବାଣ୍ଟିଛନ୍ତି । ସଡକ ଦୁର୍ଘଟଣାରେ ଅବା ଦୈବୀ ଦୁର୍ଘଟଣା, ଆହତ ବ୍ୟକ୍ତିମାନଙ୍କୁ ରେଡକ୍ରସ ରେସପୋଣ୍ଡର, ସ୍ବେଛାସେବୀ ଅଥବା ସ୍ଥାନୀୟ ଲୋକେ ତୁରନ୍ତ ଚିକିତ୍ସାଳୟକୁ ଆଣିବା ପାଇଁ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଆଉ ଚିକିତ୍ସାଳୟକୁ(Medical) ଆଣିବା ପାଇଁ ସହଯୋଗ କରୁଥିବା ବ୍ୟକ୍ତିମାନଙ୍କୁ ପୋଲିସ କିମ୍ବା କୌଣସି ସ୍ବାସ୍ଥ୍ୟ କର୍ମଚାରୀ କୌଣସି ପ୍ରଶ୍ନ ପଚାରି ପାରିବେ ନାହିଁ। ତାଙ୍କୁ ଆର୍ଥିକ ସହାୟତା ବି ପ୍ରଦାନ କରାଯିବ । ତେବେ ପୋଲିସ ଭୟରେ ଲୋକେ ଆହତ ବ୍ୟକ୍ତିଙ୍କ ଉପରୁ ମୁହଁ ନ ଫେରାଇ ସହଯୋଗ କରିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି । ଜିଲ୍ଲାରେ 10 ଟି ବ୍ଲାକ ସ୍ପଷ୍ଟ (Black Spot) ଚିହ୍ନଟ କରାଯାଇଥିବା ବେଳେ ବ୍ଳାକସ୍ପଷ୍ଟ ଅଞ୍ଚଳ(Black Spot Area) ର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ଚଳିତ ବର୍ଷ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ କରିବାରେ ସୁବର୍ଣ୍ଣପୁର ରାଜ୍ୟରେ ପ୍ରଥମ ହୋଇଥିବା ବେଳେ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁକୁ ଶୂନ ପର୍ଯ୍ୟନ୍ତ ଖସାଇ ଆଣିବାକୁ ମିଳିତ ପ୍ରୟାସ ଆରମ୍ଭ ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details