ସୁବର୍ଣ୍ଣପୁର: ଜିଲ୍ଲାର ଚର୍ଚ୍ଚିତ ବିଶିମୁଣ୍ଡାର ରାଧାକୃଷ୍ଣ ମଠର ମହନ୍ତଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ । ଘଟଣାରେ ସମ୍ପୃକ୍ତ ଥିବା 2 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି । ସମ୍ପତ୍ତି ବିବାଦରୁ ରାଧାକୃଷ୍ଣ ମଠର ମହନ୍ତଙ୍କ ହତ୍ୟାକାଣ୍ଡ ହୋଇଥିବା ପୋଲିସ କହିଛି ।
ରାଧାକୃଷ୍ଣ ମଠର ମହନ୍ତଙ୍କ ହତ୍ୟାକାଣ୍ଡ ଘଟଣା, 2 ଅଭିଯୁକ୍ତ ଗିରଫ - subarnapur murder case
ରାଧାକୃଷ୍ଣ ମଠର ମହନ୍ତଙ୍କ ହତ୍ୟାକାଣ୍ଡ ଘଟଣା । 2 ଅଭିଯୁକ୍ତ ଗିରଫ । ସମ୍ପତି ବିବାଦରୁ ମହନ୍ତଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି । ଅଧିକ ପଢନ୍ତୁ...
ସୂଚନା ଅନୁସାରେ, ରାଧାକୃଷ୍ଣ ମଠର ମହନ୍ତଙ୍କ ଦୁଇ ପୁତୁରା ଶମ୍ଭୁ ଭୂଷଣ ଓ ଡୋଳାମଣି ମିଶ୍ର ସମ୍ପତି ଲୋଭରେ ତାଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ତେବେ ଆଶ୍ରମରେ ତିଆରି ହେଉଥିବା ମନ୍ଦିରର ଅର୍ଥ ଯୋଗାଡ଼କୁ ନେଇ ବାବାଙ୍କ କିଛି ସମ୍ପର୍କୀୟ ବିରୋଧ କରୁଥିଲେ। ଗତ 4 ମଇ ରାତିରେ ଶୋଇଥିବା ବେଳେ ବାବାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଗାଁରେ ଥିବା ରାଧାକୃଷ୍ଣ ମଠର ମଠାଧୀଶ କହ୍ନାଇ ଚରଣ ଦାସ ଓରଫ କୃଷ୍ଣଚନ୍ଦ୍ର ଦାସଙ୍କୁ ବେକ କାଟି ହତ୍ୟା କରାଯାଇଥିଲା। ଏନେଇ ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ଏହି ଘଟଣାରେ ବାବାଙ୍କ ଦୁଇ ପୁତୁରାକୁ ପୋଲିସ ଗିରଫ କରିଥିବା ବେଳେ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ