ଓଡିଶା

odisha

ETV Bharat / state

ଦୁଇ ଦିନ ପାଇଁ ସୁବର୍ଣ୍ଣପୁର ସଟଡାଉନ - ସୁବର୍ଣ୍ଣପୁର ଖବର

କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଶୁକ୍ରବାର ସୁବର୍ଣ୍ଣପୁର ଜିଲ୍ଲାକୁ ସଟଡାଉନ କରାଯାଇଛି। ଦୁଇ ଦିନ ପାଇଁ ସଟ ଡାଉନ କରାଯିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି ।

ଦୁଇ ଦିନ ପାଇଁ ସୁବର୍ଣ୍ଣପୁର ସଟଡାଉନ
ଦୁଇ ଦିନ ପାଇଁ ସୁବର୍ଣ୍ଣପୁର ସଟଡାଉନ

By

Published : Jul 11, 2020, 11:28 AM IST

Updated : Jul 11, 2020, 2:37 PM IST

ସୁବର୍ଣ୍ଣପୁର: କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଶୁକ୍ରବାର ସୁବର୍ଣ୍ଣପୁର ଜିଲ୍ଲାକୁ ସଟ ଡାଉନ କରାଯାଇଛି। ଦୁଇ ଦିନ ପାଇଁ ସଟ ଡାଉନ କରାଯିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ସାରା ଜିଲ୍ଲା ସଟ ଡାଉନ ରହିଥିବାବେଳେ ଦୋକାନ ବଜ଼ାର, ବ୍ୟବସାୟୀକ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ, ଗାଡ଼ି ମୋଟର ଆଦି ସବୁ ବନ୍ଦ ରହିଛି।

ଦୁଇ ଦିନ ପାଇଁ ସୁବର୍ଣ୍ଣପୁର ସଟଡାଉନ

ଏପରିକି ଦୈନିକ ବଜ଼ାର, କ୍ଷୀର ଦୋକାନ, ଗ୍ରୋସୋରୀ ଦୋକାନ ବି ବନ୍ଦ କରି ଦିଆଯାଇଛି । ସହରର ଗୁରୁତ୍ୱପୂର୍ଣ୍ଣ ଛକ ଗୁଡ଼ିକରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ସବୁ ସମୟରେ ଗ୍ରୀନ ଅବା ଅରେଞ୍ଜ ଜୋନରେ ରହୁଥିବା ସୁବର୍ଣ୍ଣପୁରରେ ହଠାତ 5 ଜଣ କୋଭିଡ 19 ସଂକ୍ରମିତ ଥିବା ଜଣା ପଡିବାରୁ ପ୍ରଶାସନ ଏହି ସଟ ଡାଉନ କରିଛି। ତେବେ ଆସନ୍ତାକାଲି ବି ସଟଡାଉନ ରହିବ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Jul 11, 2020, 2:37 PM IST

ABOUT THE AUTHOR

...view details