ଓଡିଶା

odisha

ଆରଏସଏସର ବାଳସଂସ୍କାର ସେବା ଅନୁଷ୍ଠିତ

ଦେଶ ପ୍ରେମ, ଦେଶସେବା ପାଇଁ 4ଶହରୁ ଉର୍ଦ୍ଧ୍ବ ସ୍ୱୟଂସେବକ ସଂଘରେ ସାମିଲ ହୋଇଛନ୍ତି। ଏଥିପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ପଢନ୍ତୁ ଅଧିକ...

By

Published : Jan 12, 2020, 10:40 PM IST

Published : Jan 12, 2020, 10:40 PM IST

Subarnapur rss
Subarnapur rss

ସୁବର୍ଣ୍ଣପୁର: ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ବାଳ ସଂସ୍କାର ସେବା ଆୟୋଜିତ ହୋଇଯାଇଛି। ସ୍ବୟଂସେବକଙ୍କ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ପୁଣି ଶିଶୁ ମନ୍ଦିରରେ ପହଞ୍ଚିଥିଲା। ଜିଲ୍ଲା ସଂଯୋଜକ ଦିଲ୍ଲୀପ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ 4ଶହ ଜଣ ସାବାଳକ ସ୍ବୟଂସେବକ ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଥିବା ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ବାଳ ସ୍ବୟଂସେବକ ଭାବେ ନିଜକୁ ସାମିଲ କରିଥିଲେ।

ଆରଏସଏସର ବାଳ ସଂସ୍କାର ସେବା ଅନୁଷ୍ଠିତ


ବାଳ ସ୍ବୟଂସେବକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବେଶ ଉତ୍ସାହିତ ଥିଲେ। ରାଷ୍ଟ୍ରୀୟ ଭାବନା, ରାଷ୍ଟ୍ରପ୍ରୀତି ଓ ଧାର୍ମିକ ସହାବସ୍ଥାନ ପାଇଁ ଏହି ବାଳ ସଂସ୍କାର ସେବା ଆୟୋଜିତ ହୋଇଥିଲା ବୋଲି ସଙ୍ଘ ସଂଯୋଜକ କହିଛନ୍ତି।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details