ଓଡିଶା

odisha

By

Published : Jun 21, 2021, 10:22 AM IST

ETV Bharat / state

ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ, ଆରମ୍ଭ ହେଲା ରାସ୍ତା କାମ

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମୁଖ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଇଟିଭି ଭାରତ ପକ୍ଷରୁ ରାସ୍ତାର ଅବସ୍ଥାକୁ ନେଇ ଏକ ଖବର ପ୍ରସାରଣ କରାଯାଇଥିଲା । ଅଧିକ ପଢନ୍ତୁ...

subarnapur road problem news telecast in etv bharat after that road work start
ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ; ରାସ୍ତା କାମ ହେଲା ଆରମ୍ଭ

ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମୁଖ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଇଟିଭି ଭାରତ ପକ୍ଷରୁ ରାସ୍ତାର ଅବସ୍ଥାକୁ ନେଇ ଏକ ଖବର ପ୍ରସାରଣ କରାଯାଇଥିଲା । ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ କଇରୁ ସ୍ବାଇଁ ଓ କଂଗ୍ରେସ ନେତା ଶେଷଦେବ ମେହେର ରାସ୍ତାର ଶୋଚନୀୟ ଅବସ୍ଥା ସମ୍ପର୍କ ନେଇ ଇଟିଭି ଭାରତରେ ପ୍ରତିକ୍ରିୟା ରଖିଥିଲେ । ଏସମ୍ପର୍କରେ ପୌର ପରିଷଦ କର୍ତ୍ତୃପକ୍ଷ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେଇ ନ ଥିଲେ ହେଁ ତୁରନ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ; ରାସ୍ତା କାମ ହେଲା ଆରମ୍ଭ

ଦୈନିକ ହଜ଼ାର ହଜ଼ାର ଲୋକ ଏହି ରାସ୍ତାରେ ଯିବା ଆସିବା କରୁଥିଲେ ବି ସଦର ପୌର ପରିଷଦ ପକ୍ଷରୁ ଏହି ରାସ୍ତାର ଉନ୍ନତିକରଣ କରାଯାଉ ନ ଥିଲା । ରାସ୍ତାଟି ଖାଲଖମାରେ ପରିପୂର୍ଣ୍ଣ ହୋଇଥିବା ବେଳେ ସାମାନ୍ୟ ବର୍ଷା ହେଲେ ପାଣି ନିଷ୍କାସନ ହୋଇ ପାରୁ ନ ଥିବାରୁ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହୁଥିଲା ।

ସହରର ବିଜୁ ପଟ୍ଟନାୟକ ଛକରୁ ଆମ୍ବେଦକର ଛକ ରାସ୍ତା ଯାଏଁ ପ୍ରାୟ ଏକ କିଲୋମିଟର ରାସ୍ତା ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଥିଲା । ଏହା ମୁଖ୍ୟ ଚିକିତ୍ସାଳୟ ଓ ସଦର ଅଗ୍ନିଶମ କାର୍ଯ୍ୟାଳୟକୁ ଯିବା ପାଇଁ ଏକମାତ୍ର ରାସ୍ତା ହୋଇ ଥିବାରୁ ଲୋକେ ଅନ୍ୟ ଉପାୟ ନ ପାଇ ବାଧ୍ୟ ହୋଇ ଆଣ୍ଠୁଏ ପାଣିରେ ଯିବା ଆସିବା କରୁଥିଲେ । ତେବେ ପାଣି ନିଷ୍କାସନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ତୁରନ୍ତ ଏହି ରାସ୍ତାର ଉନ୍ନତିକରଣ ପାଇଁ ପୌର ପ୍ରଶାସନ ଆଗେଇ ଆସିଛି । ପୌର ପରିଷଦର ଏହି କାର୍ଯ୍ୟ ବିଳମ୍ବ ହୋଇଥିଲେ ହେଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details