ଓଡିଶା

odisha

ETV Bharat / state

କେବେ ସରିବ ସୁବର୍ଣ୍ଣପୁର ରିଂରୋଡ.. - ହୀରାକୁଦ ନଦୀବନ୍ଧ

କାମ ଚାଲିଛିଯେ ଚାଲିଛି... ସରିବ କେବେ ଜଣା ନାହିଁ । 2ବର୍ଷର କାମକୁ ଲାଗିଲାଣି 9ବର୍ଷ ତଥାପି ଅସମ୍ପୂର୍ଣ୍ଣ । ଏପରି ସ୍ଥଳେ ସୁବର୍ଣ୍ଣପୁର ବାସୀଙ୍କ ଧୈର୍ଯ୍ୟ ଭାଙ୍ଗୁଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Aug 28, 2019, 8:07 PM IST

ସୁବର୍ଣ୍ଣପୁର: ମନ୍ଦିରମାଳୀନି ସହର ସୁବର୍ଣ୍ଣପୁର । ଐତିହାସିକ ସହର ସୁବର୍ଣ୍ଣପୁର । ଏହି ସଂସ୍କୃତି ସହରକୁ ବନ୍ୟାରୁ ରକ୍ଷା କରିବା ପାଇଁ ବିଗତ 2006 ମସିହାରେ ଯୋଜନା କରାଯାଇଥିଲା । କାରଣ ମହାନଦୀ କୂଳରେ ଅବସ୍ଥିତ ଓ ହୀରାକୁଦ ନଦୀବନ୍ଧର ବନ୍ୟାଜଳ ପ୍ରଥମେ ସୁବର୍ଣ୍ଣପୁରକୁ ଆସୁଥିବାରୁ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହେଉଛି । ମହାନଦୀ କୂଳରେ ଗଢିଉଠିଥିବା ଅନେକ ମନ୍ଦିର ସହ ବହୁ ଅନୁଷ୍ଠାନକୁ ଏହି ବନ୍ୟା ଧୀରେ ଧୀରେ ବିପଦ ବଢାଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଫଳରେ ଏହି ସବୁ କିର୍ତ୍ତୀରାଜିକୁ ସୁରକ୍ଷା ଦେବା ପାଇଁ ରିଂରୋଡର ପରିକଳ୍ପନା କଲେ ସରକାର । ଯୋଜନା ଅନୁସାରେ 2011 ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 21 କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ରିଂରୋଡର ଭୂମିପୁଜନ କଲେ । ଏହି ପ୍ରକଳ୍ପ ଦୁଇବର୍ଷରେ ଶେଷ ହେବ ବୋଲି ସରକାରୀ ଭାବେ ଘୋଷଣା ମଧ୍ୟ କରାଯାଇଥିଲା । ମହାନଦୀ ସେତୁ ଠାରୁ ତେଲନଦୀ ସେତୁ ପର୍ଯ୍ୟନ୍ତ ଦୀର୍ଘ 6 କିମି ରିଂରୋଡର ଭାଗ୍ୟ ଏବେ ଝୁଲୁଛି । ଦିନ ବଢିବା ସହ ବଢୁଛି ପ୍ରକଳ୍ପର ମୁଲ୍ୟ । କିନ୍ତୁ ରିଂରୋଡ କାମ କହିଲେ କେବଳ ମାଟି ରାସ୍ତା ଛଡା ଆଉ କିଛି ନାହିଁ । ଦୁଇବର୍ଷର କାମ ଆସି ପହଞ୍ଚିଲାଣି 9ବର୍ଷରେ କେବେ କାମ ସରିବ ତାହା ମଧ୍ୟ ଜଣାନାହିଁ । କାମ ବିଳମ୍ବକୁ ନେଇ ସୁବର୍ଣ୍ଣପୁର ସହରରେ ବୃଦ୍ଧି ପାଉଛି ଅସନ୍ତୋଷ ।


ବିଭିନ୍ନ ରାଜନୈତିକ ଦଳ , ସଂଗଠନର ଚାପ ସତ୍ବେ ସରକାର କାମ ସାରିବାକୁ କୌଣସି ତତ୍ପରତା ଦେଖାଉ ନାହାନ୍ତି । ଗତ କିଛି ଦିନ ତଳେ ମରୁଡି ପ୍ରବଣ ବଲାଙ୍ଗିରରେ ଯେମିତି ବନ୍ୟା ତାର ତାଣ୍ଡବ ରଚିଲା ଆଗାମୀ ଦିନରେ ଯେ ସୁବର୍ଣ୍ଣପୁରରେ ନହେବ କିଏ କହିବ । ଅନ୍ୟପଟେ ଜିଲ୍ଲାର ଦୁଇ ଜଣ ବିଧାୟକ ଏବେ ରାଜ୍ୟ ସରକାରଙ୍କ ଦୁଇଟି ଗୁରୁତପୂର୍ଣ୍ଣ ବିଭାଗର ମନ୍ତ୍ରୀ ଏହା ସତ୍ବେ କାମ ନସରିବା ଦୁର୍ଭାଗ୍ୟ ଜନକ । ସେପଟେ ଜିଲ୍ଲା ପୁର୍ତ୍ତ ବିଭାଗ ଯନ୍ତ୍ରୀ କହୁଛନ୍ତି ଖୁବଶିଘ୍ର କାମ ସରିବ ।

ତେବେ ଦୁଇ ବର୍ଷର ପ୍ରକଳ୍ପକୁ ପୁରିଲା 9ବର୍ଷ । ଆଉ କେତେ ବର୍ଷରେ ଏହା ଶେଷ ହେଉଛି ଓ ସୁବର୍ଣ୍ଣପୁରବାସୀଙ୍କ କାମରେ ଆସୁଛି ତାହାକୁ ଅପେକ୍ଷା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details