ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡିଛି ପ୍ରାଥମିକ ଶିକ୍ଷା । ମହାମାରୀ କୋଭିଡ୍ ପାଇଁ ଦୁଇ ବର୍ଷ ହେଲାଣି ବିଦ୍ୟାଳୟ ବନ୍ଦ ରହିଛି । ଫଳରେ ଘରୋଇ ବିଦ୍ୟାଳୟର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଛି ।
ତେବେ ଅଭିଭାବକ ଛାତ୍ରଛାତ୍ରୀଙ୍କ ଟିଉସନ ଫି ଦେଉ ନ ଥିବାରୁ ଘରୋଇ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ଦରମା ପାଇବାରେ ସମସ୍ୟା ହେଉଛି । ଘରୋଇ ବିଦ୍ୟାଳୟ ପରିଚାଳନା ପରିଷଦ ପକ୍ଷରୁ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ରାଜ୍ୟ ସରକାର ଏକ ଆର୍ଥିକ ପ୍ୟାକେଜ ଦେବା ପାଇଁ ଦାବି ରଖିଛନ୍ତି ଘରୋଇ ବିଦ୍ୟାଳୟ ପରିଚାଳନା କମିଟି ।
ସବୁର୍ଣ୍ଣପୁର ଜିଲ୍ଲାରେ ପ୍ରାୟ 150ରୁ ଅଧିକ ଘରୋଇ ବିଦ୍ୟାଳୟ ଥିବାବେଳେ 1000ରୁ ଅଧିକ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ବିଦ୍ୟାଳୟ ଖୋଲୁ ନ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ସେହିପରି ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା 25 ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଘରୋଇ ବିଦ୍ୟାଳୟରେ ଶିକ୍ଷା ଅଧିକାର ଆଇନ ଅଧିନରେ ଶିକ୍ଷା ପ୍ରଦାନ କରାଯାଉଛି ।