ସୁବର୍ଣ୍ଣପୁର: ଜିଲ୍ଲାରେ ଦିନକୁ ଦିନ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏବେ ଯାଏଁ 16 ଜଣ ବ୍ୟକ୍ତି କୋରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ସେପଟେ ଜିଲ୍ଲାରେ ଲକଡାଉନ ବି କୋହଳ ହୋଇଛି ।
ହେଲେ ଜିଲ୍ଲାର ପ୍ରବେଶ ପଥରେ ପୋଲିସ ଏବେବି କଡାକଡି ଚେକିଂ କରୁଛି । ସହରର ତେଲ ନଦୀ ପୋଲ ପାଖରେ ଲୋକଙ୍କ ଯିବା ଆସିବା ଉପରେ ତୀକ୍ଷ୍ଣ ନଜର ରଖିଛି । ସେହିପରି ମାସ୍କ ପରିଧାନ, ସନ୍ଧ୍ୟା 7ଟାରେ ସହରର ଦୋକାନ ବଜାର ବନ୍ଦ ତଥା ଜନଗହଳି ଜାଗାରେ ସାମାଜିକ ଦୂରତା ରକ୍ଷା ଆଦି ଉପରେ ପୋଲିସ ସଚେତନ ହୋଇଛି ।