ସୁବର୍ଣ୍ଣପୁର: ଜିଲ୍ଲାର ମଧ୍ୟାହ୍ନଭୋଜନ ପାଚିକା ସହାୟିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଘ ପକ୍ଷରୁ ବିଦ୍ୟାଳୟ ମିଶ୍ରଣକୁ ପ୍ରତିବାଦ କରିବା ସହିତ ଆଠଦଫା ଦାବି ପୂରଣ ପାଇଁ ଏହି ଆନ୍ଦୋଳନ କରାଯାଇଛି । ପାଚିକା ସହାୟିକାଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା ସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସର୍ବନିମ୍ନ ୨୧ ହଜାର ଟଙ୍କା ମାସିକ ଦରମା, ତିନି ହଜାର ଟଙ୍କା ଭତ୍ତା, ୨୮ ମାସର ବକେୟା ଦରମା ପ୍ରଦାନ, ଅବସର ସମୟସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି, ଛଟେଇ ପାଚିକା ଓ ସହାୟିକାଙ୍କୁ ପୁନଃ ନିଯୁକ୍ତି ପ୍ରଦାନ, ଚାକିରି ସର୍ତ୍ତରେ ପିଏଫ ଓ ଇଏସଆଇ ସ୍କିମ ଲାଗୁ କରିବା ତଥା ବର୍ଷକୁ ଦୁଇଖଣ୍ଡ ଶାଢୀ ପ୍ରଦାନ କରିବା ଆଦି ଦାବିରେ ପାଚିକା ସହାୟିକାମାନେ ଏହି ଆନ୍ଦୋଳନ କରିଛନ୍ତି ।
ବିଭିନ୍ନ ଦାବି ନେଇ ମଧ୍ୟାହ୍ନଭୋଜନ ପାଚିକା ସହାୟିକା ସଂଘର ବିକ୍ଷୋଭ - mid day mill union protest
ବିଭିନ୍ନ ଦାବି ନେଇ ସୁବର୍ଣ୍ଣପୁର ଜିଲ୍ଲାର ମଧ୍ୟାହ୍ନଭୋଜନ ପାଚିକା ସହାୟିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ
ବିଭିନ୍ନ ଦାବି ନେଇ ମଧ୍ୟାନ୍ନ ଭୋଜନ ପାଚିକା ସହାୟିକା ସଂଘର ବିକ୍ଷୋଭ
କୋଭିଡ ସମୟରେ କିଛି ପାଚିକା ସହାୟିକାଙ୍କୁ କାର୍ଯ୍ୟରୁ ଅନ୍ତର କରିଥିବା ଘଟଣାର ତୀବ୍ର ନିନ୍ଦା କରିବା ସହିତ ଦାବି ପୂରଣ ନ ହେଲେ ଆନ୍ଦୋଳନ ଭୟାବହ କରିବେ ବୋଲି ଚେତାବନୀ ଦେଇଛନ୍ତି । ତୁରନ୍ତ ସମସ୍ତ ଦାବି ପୂରଣ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ