ଓଡିଶା

odisha

ETV Bharat / state

ସ୍ଥାୟୀ ନିଯୁକ୍ତି ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ସ୍ଥାୟୀ ନିଯୁକ୍ତି ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର । ସୁବର୍ଣ୍ଣପୁର ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଅସ୍ଥାୟୀ କର୍ମଚାରୀମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସ୍ଥାୟୀ ଚାକିରି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ସ୍ଥାୟୀ ନିଯୁକ୍ତି ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ସ୍ଥାୟୀ ନିଯୁକ୍ତି ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

By

Published : Oct 28, 2022, 9:54 PM IST

ସୁବର୍ଣ୍ଣପୁର: ସ୍ଥାୟୀ ନିଯୁକ୍ତି ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର । ଆଜକୁ ପ୍ରାୟ ତିନି ଦଶନ୍ଧି ହେଲା ସଦର ପୌର ପରିଷଦ ଓ ବିନିକା, ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅସ୍ଥାୟୀ କର୍ମଚାରୀମାନେ କାର୍ଯ୍ୟକରି ଆସୁଛନ୍ତି । ଅଳ୍ପ ବେତନରେ କାର୍ଯ୍ୟ କରୁଥିବା ବେଳେ ଦୀର୍ଘ ଦିନରୁ ତାଙ୍କୁ ସ୍ଥାୟୀ ନିଯୁକ୍ତି ଓ ସ୍ଥାୟୀ ଭାବେ ସରକାରୀ ପଦବୀରେ କାର୍ଯ୍ୟ କରିବା ପାଇଁ ଦାବି କରି ଆସୁଛନ୍ତି । ତେବେ ଦାବି କରିବା ସତ୍ତ୍ବେ ମଧ୍ୟ କୌଣସି ଫଳପ୍ରଦ ନହେବା କାରଣରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଅସ୍ଥାୟୀ କର୍ମଚାରୀ ।

ସ୍ଥାୟୀ ନିଯୁକ୍ତି ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଅସ୍ଥାୟୀ କର୍ମଚାରୀମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅସ୍ଥାୟୀ କର୍ମଚାରୀ ସଂଘର ଉପଦେଷ୍ଟା ଆଇନଜୀବୀ ବଳଦେବ ବେଦବାଗଙ୍କ ନେତୃତ୍ୱରେ କର୍ମଚାରୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଆଜକୁ ପ୍ରାୟ ତିନି ଦଶନ୍ଧି ହେଲା ସଦର ପୌର ପରିଷଦ ଓ ବିନିକା, ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅସ୍ଥାୟୀ କର୍ମଚାରୀମାନେ କାର୍ଯ୍ୟକରି ଆସୁଛନ୍ତି । ଅତି ଅଳ୍ପ ବେତନରେ କାର୍ଯ୍ୟ କରୁଥିବା ବେଳେ ଦୀର୍ଘ ଦିନରୁ ତାଙ୍କୁ ସ୍ଥାୟୀ ନିଯୁକ୍ତି ଓ ସ୍ଥାୟୀ ଭାବେ ସରକାରୀ ପଦବୀରେ କାର୍ଯ୍ୟ କରିବା ପାଇଁ ଦାବି କରି ଆସୁଛନ୍ତି । ଦାବି ପୂରଣ ପାଇଁ ଅନେକବାର ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Cesarean Delivery: ରାଜ୍ୟରେ ବଢୁଛି ସିଜରିଆନ, ଆଗରେ ରହିଛି ଖୋର୍ଦ୍ଧା

ଅସ୍ଥାୟୀ କର୍ମଚାରୀଙ୍କ ଦାବି ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିବା କହିଛନ୍ତି ଆନ୍ଦୋଳନକାରୀ । ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିବା ସହିତ ଦାବି ପୂରଣ ନହେଲେ ଆଗାମୀ ଦିନରେ ପୁନର୍ବାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏନେଇ ଜଣେ ଆନ୍ଦୋଳନରତ କର୍ମଚାରୀ କହିଛନ୍ତି, "ଓଡିଶାର ପ୍ରତ୍ୟେକ ନଗରରେ କ୍ଲିନିକ କାର୍ଯ୍ୟ ଠାରୁ ଆରମ୍ଭ କରି ପାଣି ପହଞ୍ଚାଇବା ପର୍ଯ୍ୟନ୍ତ ଅନେକ କାର୍ଯ୍ୟରେ ପୌର ବିଭାଗର କର୍ମଚାରୀମାନେ ଲୋକଙ୍କ ସେବାକରି ଆସୁଛନ୍ତି । ଅନେକ କର୍ମଚାରୀ ଅବସର ନେଉଛନ୍ତି ହେଲେ କର୍ମଚାରୀମାନଙ୍କୁ ସ୍ଥାୟୀ କରାଯାଉନାହିଁ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭିଗାର କର୍ମଚାରୀମାନଙ୍କୁ ସ୍ଥାୟୀ କରିଲେ କିନ୍ତୁ ଆମକୁ ଭୁଲିଗଲେ । ସର୍ବ ପ୍ରଥମେ ଆମକୁ ସ୍ଥାୟୀ କରିବା କଥା । ଆଜି ଆମେ ଅନୁରୋଧ କରୁଛୁ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପୌର ବିଭାଗର କର୍ମଚାରୀମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉ ଏବଂ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ । ଏହାସହ ସେମାନଙ୍କୁ ପେନସନ ସହ ପଦୋନ୍ନତି କରାଯାଉ । ଯଦି ସରକାର ନଶୁଣନ୍ତି ତେବେ ଆନ୍ଦୋଳନ କରିବୁ ।"

ଇଟିଭି ଭାରତ, ସୁବର୍ଣ୍ଣପୁର

For All Latest Updates

ABOUT THE AUTHOR

...view details