ସୁବର୍ଣ୍ଣପୁର: ଜିଲ୍ଲାର ମଝିପଡା ରାମଧୁନ କ୍ଳବ ପକ୍ଷରୁ ମହାସମାରୋହରେ ଦେବୀ କାଳୀଙ୍କ ପୂଜା ପାଳନ କରାଯାଉଛି। ଉଭୟ ମୁସଲମାନ ଓ ହିନ୍ଦୁ ସମ୍ପ୍ରଦାୟର ଶ୍ରଦ୍ଧାଳୁ ଏକତ୍ର ଦେବୀ କାଳୀଙ୍କ ପୂଜା ଆରାଧନା କରୁଛନ୍ତି।
ଆଜକୁ ପ୍ରାୟ 51 ବର୍ଷ ହେଲା ରାମଧୁନ କ୍ଳବ ତରଫରୁ ଏହି ପୂଜା ପାଳନ କରାଯାଉଛି। କ୍ଳବର ମୁସଲମାନ ସଭ୍ୟମାନେ ଖାଲି ଯେ ପୂଜା ଚାନ୍ଦା ଦେଉଛନ୍ତି ତାହା ନୁହେଁ ଦେବୀଙ୍କ ସନ୍ଧ୍ୟା ଆରତୀରେ ସାମିଲ ହେବା ସହିତ ଦେବୀଙ୍କୁ ପୂଜା ଥାଳି ବି ଅର୍ପଣ କରୁଛନ୍ତି। ଏଥର ଆଠ ଦିନ ଧରି ଦେବୀଙ୍କ ପୂଜା ପାଳନ କରାଯାଉଛି। ପୂଜା କମିଟି ତରଫରୁ ଆକର୍ଷଣୀୟ ତୋରଣ ସାଙ୍ଗକୁ ଆଲୋକମାଳାରେ ପୂଜା ମଣ୍ଡପକୁ ସଜ୍ଜିତ କରାଯାଇଛି।