ଓଡିଶା

odisha

ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ୱେବ ମିଡିଆ ସଙ୍ଘର ବିକ୍ଷୋଭ

By ETV Bharat Odisha Team

Published : Nov 4, 2023, 4:10 PM IST

ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ସାମ୍ବାଦିଙ୍କ ବିକ୍ଷୋଭ । ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟୁଟୁ ନାୟକ ଗିରଫ ଦାବି କଲା ସୁବର୍ଣ୍ଣପୁର ୱେବ ମିଡିଆ ସଂଘ । ଅଧିକ ପଢନ୍ତୁ

ପ୍ରଯୋଜକ ଟୁଟୁ ନାୟକ ବିରୋଧରେ ୱେବ ମିଡିଆ ସଙ୍ଘର ବିକ୍ଷୋଭ
ପ୍ରଯୋଜକ ଟୁଟୁ ନାୟକ ବିରୋଧରେ ୱେବ ମିଡିଆ ସଙ୍ଘର ବିକ୍ଷୋଭ

ପ୍ରଯୋଜକ ଟୁଟୁ ନାୟକ ବିରୋଧରେ ୱେବ ମିଡିଆ ସଙ୍ଘର ବିକ୍ଷୋଭ

ସୁବର୍ଣ୍ଣପୁର: ପ୍ରଯୋଜକ ଟୁଟୁ ନାୟକ ବିରୋଧରେ ସାମ୍ବାଦିଙ୍କ ବିକ୍ଷୋଭ । ଆଜିସୁବର୍ଣ୍ଣପୁର ଜିଲ୍ଲା ୱେବ ମିଡିଆ ସଂଘ ପକ୍ଷରୁ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ସଂଘର ସଭାପତି ପିତାମ୍ବର ମହାପାତ୍ରଙ୍କ ନେତୃତ୍ବରେ ୱେବ ମିଡିଆ ସଂଘର କାର୍ଯ୍ୟରତ ସାମ୍ବାଦିକମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।ରାଜଧାନୀ ଭୁବନେଶ୍ୱରର ଏକ ସିନେମା ହଲରେ ଇଟିଭି ଭାରତର ସିନେ ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ପ୍ରଯୋଜକ ଟୁଟୁ ନାୟକ ଅସଦାଚରଣ ପ୍ରଦର୍ଶନ କରିବା ସହିତ ଚାପୁଡା ମାରିଥିଲେ । ଯାହାର ପ୍ରତିବାଦରେ ସାମ୍ବାଦିକମାନେ ଆନ୍ଦୋଳନ କରିଛନ୍ତି ।

ଇଟିଭି ସିନେ ସାମ୍ବାଦିକା ଦେବସ୍ମିତା ରାଉତ ସିନେମା ହାଲଚାଲ ଖବର ସଂଗ୍ରହ କରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି ।ସାମ୍ବାଦିକା ଜଣକ ଦର୍ଶକ ଓ ସିନେ ଜଗତରେ ବିଭିନ୍ନ ବିଭାଗରେ କରୁଥିବା ବ୍ୟକ୍ତି ବିଶେଷଙ୍କ ପ୍ରତିକ୍ରିୟା ନେବା ପାଇଁ ସିନେମା ହଲ ଲବିରେ ଅପେକ୍ଷା କରିଥିଲେ ।ଏହି ସମୟରେ କିଛି କଳାକାର ଓ ସିନେ ବୈଷୟିକ ବିଭାଗ ବ୍ୟକ୍ତିଙ୍କ ସହିତ ପ୍ରଯୋଜକ ଟୁଟୁ ନାୟକ ସିନେମା ହଲ ଭିତରୁ ବାହାରିଥିଲେ ।ତେବେ ସାମ୍ବାଦିକା ଦେବସ୍ମିତା ଅପେକ୍ଷା କରିଥିବା ଜାଗାରେ ଗହଳି ହୋଇଥିଲା ଓ ଗହଳିରେ ବିରକ୍ତ ପ୍ରକାଶ କରି ସାମ୍ବାଦିକାଙ୍କୁ ଟୁଟୁ ନାୟକ ପଛରୁ ମାଡ ମାରିବା ସହ ତାଙ୍କ ଗାଲରେ ଚାପୁଡା ମାରିଥିଲେ ।

ଏହା ମଧ୍ୟ ପଢନ୍ତୁ...ସାମ୍ବାଦିକାଙ୍କୁ ମାଡ଼ ଘଟଣା; ଟୁଟୁ ନାୟକ ଖାରବେଳନଗର ଥାନାରେ ହାଜର

ଏ ସଂପର୍କରେ ସାମ୍ବାଦିକା ଦେବସ୍ମିତା ପ୍ରଯୋଜକଙ୍କ ବିରୁଦ୍ଧରେ ରାଜଧାନୀ ଖାରବେଳ ନଗର ପୋଲିସ ଥାନାରେ ଅଭିଯୋଗ କରିଛନ୍ତି ।ଦିନକୁ ଦିନ ସାମ୍ବାଦିକମାନେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ଆକ୍ରୋଶ ଓ ଆକ୍ରମଣର ଶିକାର ହେଉଛନ୍ତି ।ଏପରିକି ମହିଳା ସାମ୍ବାଦିକାମାନେ ବି ଏଥିରୁ ବାଦ ପଡୁ ନାହାନ୍ତି ।ନିଜକୁ ସମାଜ ସେବାରେ ନିୟୋଜିତ କରିଥିବା ସାମ୍ବାଦିକ ମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବଢି ବଢି ଚାଲିଛି ।ତେବେ ଗତକାଲିର ଏହି ଘଟଣାକୁ ଜିଲ୍ଲା ୱେବ ମିଡିଆ ସଂଘ ତୀବ୍ର ନିନ୍ଦା କରିଛି ।

ପ୍ରଯୋଜକ ଟୁଟୁ ନାୟକଙ୍କୁ ତୁରନ୍ତ ଗିରଫ କରି ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ୱେବ ମିଡିଆ ସଂଘ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆଗରେ ଦାବି କରିବା ସହିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।ଏହା ସହ ଟୁଟୁ ନାୟକଙ୍କ ବିରୁଦ୍ଧରେ ମହଳା କମିଶନ ମଧ୍ୟ ଏକ ମାମଲା ରୁଜୁ କରିଛନ୍ତି ।ବର୍ତ୍ତମାନ ଟୁଟୁ ନାୟକଙ୍କୁ ଖାରବେଳ ଥାନାରେ ପଚାରା ଉଚରା ଜାରି ରଖିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ...ସାମ୍ବାଦିକାଙ୍କୁ ଅସଦାଚରଣ ମାମଲା, ନିଜ ଆଡୁ ମାମଲା ରୁଜୁ କଲା ମହିଳା କମିଶନ

ଇଟିଭି ଭାରତ , ସୁବର୍ଣ୍ଣପୁର

ABOUT THE AUTHOR

...view details