ସୁବର୍ଣ୍ଣପୁର:ଗାଁରୁ ସହର ପ୍ରଚଣ୍ଡ ରୈଦ୍ର ତାପରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ସୁବର୍ଣ୍ଣପୁର ପରିଣତ ହୋଇଥିବା ବେଳେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଛି । ଖରା ତାତିରୁ ରକ୍ଷା ପାଇବା ପାଇଁ ସାରା ଜୀବଜଗତ ପିଇବା ପାଣି ଓ ଆଶ୍ରୟ ପାଇଁ ଛାଇ ଖୋଜୁଛନ୍ତି ।
ଗତ ତିନି ବର୍ଷ ହେଲା ଲଗାତର ଭାବେ ସୁବର୍ଣ୍ଣପୁର ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଣତ ହୋଇଛି । ଗତ ଦୁଇ ଦିନ ହେଲା ଜିଲ୍ଲାର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ତେବେ ଲୋକେ ସକାଳୁ ସକାଳୁ ନିଜ କାର୍ଯ୍ୟରେ ବାହାରି ପଡୁଥିବା ବେଳେ ଦିନ ପ୍ରାୟ 11ଟା ବେଳେ ଘରକୁ ଫେରି ଆସୁଛନ୍ତି । ଦିନ 11ଟାରୁ ସଂଧ୍ୟା 5 ଟା ପର୍ଯ୍ୟନ୍ତ ରାସ୍ତାଘାଟ ଶୂନଶାନ ହୋଇ ପଡୁଛି ।