ଓଡିଶା

odisha

ETV Bharat / state

କୋଭିଡ କଟକଣା ଭିତରେ ଦୂର୍ଗା ପୂଜା ପାଇଁ ସଜେଇ ହେଉଛି ସୁବର୍ଣ୍ଣପୁର

କୋଭିଡ କଟକଣା ଭିତରେ ଚଳିତ ବର୍ଷର ଦେବୀ ମା ଦୁର୍ଗାଙ୍କ ପୂଜା ଆରାଧନା ପାଇଁ ସଜେଇ ହେଉଛି ସୁବର୍ଣ୍ଣପୁର । ଏନେଇ ପୂର୍ବରୁ ଜିଲ୍ଲା ପ୍ରଶାସନ ସହିତ ପୂଜା କମିଟି ବୈଠକ କରି ଦଶହରା ପୂଜା ପାଇଁ ବ୍ୟାପକ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

Subarnapur is decorated for Durga Puja under covid guidline
କୋଭିଡ କଟକଣା ଭିତରେ ଦୂର୍ଗା ପୂଜା ପାଇଁ ସଜେଇ ହେଉଛି ସୁବର୍ଣ୍ଣପୁର

By

Published : Oct 20, 2020, 12:27 PM IST

ସୁବର୍ଣ୍ଣପୁର: କୋଭିଡ କଟକଣା ଭିତରେ ଚଳିତ ବର୍ଷର ଦେବୀ ମା ଦୁର୍ଗାଙ୍କ ପୂଜା ଆରାଧନା ପାଇଁ ସଜେଇ ହେଉଛି ସୁବର୍ଣ୍ଣପୁର । ସଦର ମହକୁମା ତଥା ଜିଲ୍ଲାର ଅନେକ ଯାଗାରେ ଦେବୀ ମା ଦୁର୍ଗାଙ୍କ ନବରାତ୍ର ପୂଜା ଆରାଧନା କରାଯିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଗାଇଡ଼ଲାଇନ ଅନୁଯାୟୀ ବିଭିନ୍ନ ପୂଜା କମିଟି ଅଷ୍ଟମୀ ପୂଜାର ଆୟୋଜନ କରୁଛନ୍ତି । ଏପରିକି ଗାଇଡସାଇନ ଅନୁଯାୟୀ, ଦେବୀଙ୍କ ପ୍ରତିମାଙ୍କ ଉଚ୍ଚତା ବି ଚାରି ଫୁଟ ଭିତରେ ସୀମିତ ରଖାଯାଉଛି ।

କୋଭିଡ କଟକଣା ଭିତରେ ଦୂର୍ଗା ପୂଜା ପାଇଁ ସଜେଇ ହେଉଛି ସୁବର୍ଣ୍ଣପୁର

ମୂର୍ତ୍ତି କାରିଗରମାନେ ଦେବୀ ମାଙ୍କ ଗହଣା ସବୁକୁ ମାଟିରେ ତିଆରି କରୁଛନ୍ତି । ତେବେ ପୂର୍ବରୁ ଜିଲ୍ଲା ପୋଲିସ ପ୍ରଶାସନ ସହିତ ପୂଜା କମିଟି ଗୁଡିକ ଏକ ବୈଠକ କରି ଦଶହରା ପୂଜା ପାଇଁ ବ୍ୟାପକ ଆଲୋଚନା କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details