ଓଡିଶା

odisha

Hockey World Cup: ସୁବର୍ଣ୍ଣପୁର ହେଲା ହକିପୁର ଅଭିଯାନ ଆରମ୍ଭ

By

Published : Dec 23, 2022, 12:12 PM IST

ପୁରୁଷ ହକି ବିଶ୍ବକପ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ହକି ଖେଳକୁ ସମର୍ଥନ କରି 'ସୁବର୍ଣ୍ଣପୁର ହେଲା ହକିପୁର' ଅଭିଯାନ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

Hockey World Cup
Subarnapur ready to celebrate Hockey WorldCup

ସୁବର୍ଣ୍ଣପୁର ହେଲା ହକିପୁର ଅଭିଯାନ

ସୁବର୍ଣ୍ଣପୁର: ଆଉ ହାତ ଗଣତି ଦିନ ପରେ ଅନୁଷ୍ଠିତ ହେବାକୁ ଯାଉଛି ହକି ବିଶ୍ବକପ । ରାଜ୍ୟର ଭୁବନେଶ୍ବର ଓ ରାଉରକେଲା ଅନୁଷ୍ଠିତ ହେବ ହକି ମହାକୁମ୍ଭ । ଆସନ୍ତାବର୍ଷ ଅର୍ଥାତ 2023 ଜାନୁଆରୀ 13ରୁ ଆରମ୍ଭ ହେବ ପୁରୁଷ ହକି ବିଶ୍ବକପ ଯାହାକୁ ନେଇ ରାଜ୍ୟର କୋଣ ଅନୁକୋଣରେ ଫ୍ୟାନ୍ସଙ୍କ ମଧ୍ୟରେ ବଢିଲାଣି ଉତ୍ସାହ । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାରେ ହକି ଖେଳକୁ ସମର୍ଥନ କରି 'ସୁବର୍ଣ୍ଣପୁର ହେଲା ହକିପୁର' ଅଭିଯାନ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ଥିବା ସମସ୍ତ ହକି ଖେଳାଳିଙ୍କୁ ଉତ୍ସାହିତ କରିବା ଏହି ଅଭିଯାନର ଲକ୍ଷ୍ୟ ।

ଏହି ଅଭିଯାନ ଜରିଆରେ ଜିଲ୍ଲାର ସମସ୍ତ 109 ଗୋଟି ଗ୍ରାମ ପଞ୍ଚାୟତକେ ହକି ଖେଳାଳି ଓ ଖେଳପ୍ରେମୀଙ୍କୁ ଏହି ଜାତୀୟ ଖେଳ ପ୍ରତି ଆକୃଷ୍ଟ କରି ହକି ବିଶ୍ବକପକୁ ସମର୍ଥନ ଓ ସହଯୋଗ କରିବା ପାଇଁ ଜନସାଧାରଣ ଭିତରେ ସଚେତନତା ସୃଷ୍ଟି କରାଯିବ । ଆଗାମୀ ଜାନୁଆରୀ 23 ତାରିଖରେ ଏହି ବିଶ୍ବକପ ଖେଳର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଥିବା ବେଳେ ଆଜିଠୁ (ଶୁକ୍ରବାର) ଆଗାମୀ 23 ତାରିଖ ପର୍ଯ୍ୟନ୍ତ ଏହି କ୍ୟାମ୍ପେନ କରାଯିବ ବୋଲି ଜିଲ୍ଲାପାଳ ଅବୋଲି ସୁନୀଲ ନରବାନେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ...Hockey World Cup: ପ୍ରାକ୍ଚିସ ପାଇଁ ରାଉରକେଲାରେ ଭାରତ-କୋରିଆ ଟିମ

ଏହି ବିଶ୍ବକପକୁ ଏକ ମହୋତ୍ସବ ଶୈଳୀରେ ପାଳନ କରିବା ପାଇଁ ଛାତ୍ରଛାତ୍ରୀ ,ହକି ଖେଳାଳି ଓ ଖେଳପ୍ରେମୀଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଜିଲ୍ଲାର ସମସ୍ତ ଖେଳ ଅନୁଷ୍ଠାନ ସମେତ ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଡିକୁ ଏହି କ୍ୟାମ୍ପେନରେ ସାମିଲ କରାଯାଇଛି । ଜିଲ୍ଲା କ୍ରୀଡା ସଙ୍ଘ ସମେତ ଖେଳ ଶିକ୍ଷକ ସଂଘ, ରେଫରୀ ସଙ୍ଘର କାର୍ଯ୍ୟକର୍ତ୍ତା ଏହି କ୍ୟାମ୍ପେନରେ ସାମିଲ ହୋଇଛନ୍ତି । ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ହକି ଖେଳ ପ୍ରତି ଯୁବ ଵର୍ଗ ଓ ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଖେଳର ଭିତ୍ତିଭୂମିର ବିକାଶ ଉପରେ ବି ସୂଚନା ଦେଇଥିଲେ । ବିଶେଷକରି ଉଲୁଣ୍ଡା ଓ ବିରମହରାଜପୁର ବ୍ଲକର ବିଭିନ୍ନ ଗାଁରେ ଆଦିବାସୀଙ୍କ ଭିତରେ ଏହି ଖେଳ ପ୍ରତି ଥିବା ଆଗ୍ରହ ଉପରେ ସୂଚନା ଦେଇ ଖେଳାଳୀମାନେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ। ଆଗାମୀ ହକି ବିଶ୍ବକପକୁ ସଫଳ କରିବା ପାଇଁ ଜିଲ୍ଲାର ସମସ୍ତ ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ,ଖେଳାଳି, ଖେଳ ପ୍ରେମୀମାନଙ୍କୁ ଅନୁରୋଧ କରିଥିଲେ ।

ବିଶ୍ବକପ୍‌ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ହେବ ମ୍ୟାଚ୍ । ହକି ବିଶ୍ବ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍‌ D'ରେ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେପ୍ଟମ୍ବର 8 ତାରିଖରେ ଭାରତୀୟ ହକି ଟିମର ପୁଲ୍‌ ନାମ ଘୋଷଣା କରିଥିଲେ । ପୁଲ୍‌ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details