ଓଡିଶା

odisha

ETV Bharat / state

ଖତ ହେବାକୁ ବସିଛି ଏୟାରଷ୍ଟ୍ରିପ୍‌, ବେଫିକର ପ୍ରଶାସନ - subarnapur helipad damage

ସୁବର୍ଣ୍ଣପୁରରେ ନିର୍ମାଣ ହୋଇଥିବା 3ଟି ଏୟାରଷ୍ଟ୍ରିପ୍‌ ନଷ୍ଟ ହେବାରେ ବସିଛି । ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ଏପରି ସ୍ଥିତି ଉପଜୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଖତ ହେବାକୁ ବସିଛି ଏୟାରଷ୍ଟ୍ରିପ୍‌, ବେଫିକର ପ୍ରଶାସନ

By

Published : Nov 14, 2019, 1:12 PM IST

ସୁବର୍ଣ୍ଣପୁର: ଐତିହାସିକ ସୁବର୍ଣ୍ଣପୁର ସହରକୁ ଜଳ,ସ୍ଥଳ ଓ ଆକାଶ ମାର୍ଗରେ ସାରା ବିଶ୍ବ ସହିତ ଯୋଡିବାର ପ୍ରୟାସ ଜାରି ରହିଛି । ହେଲେ ସ୍ଥାୟୀ ଭାବେ ନିର୍ମିତ ତିନୋଟି ହେଲିପ୍ୟାଡ ସୁରକ୍ଷା ଅଭାବରୁ ଧ୍ବସଂ ହେବାକୁ ବସିଥିବା ବେଳେ ଏହାକୁ ସୁରକ୍ଷା ଦେବାରେ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ ହୋଇଛି ।

ରକ୍ଷଣାବେକ୍ଷଣା ଅଭାବରୁ ଏୟାରଷ୍ଟ୍ରିପ୍‌ ଏବେ ଅଳିଆଗଦାରେ ପରିଣତ ହୋଇଛି । କେଉଁଠି ପିଚୁ ଫାଟି ଆଁ କରିଛି ତ ପୁଣି କେଉଁଠି ଗଡୁଛି ମଦ ବୋତଲ । ଆଉ ବିଡମ୍ବନାର ବିଷୟ ଏବେ ଏୟାରଷ୍ଟ୍ରିପ୍‌ ପାଲଟିଛି ରାସ୍ତା ନିର୍ମାଣ ସାମଗ୍ରୀର ମହଜୁଦସ୍ଥଳୀ । ଜମା ହୋଇଛି କୁଢ କୁଢ ସିମେଣ୍ଟ,ବାଲି,ଗୋଡି ଓ ମାଟି । ଯାହାକୁ ନେଇ ସାଧାରଣରେ ଉଦବେଗ୍ ପ୍ରକାଶ ପାଇଛି ।

ଖତ ହେବାକୁ ବସିଛି ଏୟାରଷ୍ଟ୍ରିପ୍‌, ବେଫିକର ପ୍ରଶାସନ

ଗତ ଏପ୍ରିଲରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ 30ଲକ୍ଷ ଟଙ୍କା ବ୍ୟୟରେ ଗୃହ ଓ ପୂର୍ତ୍ତ ବିଭାଗ ନିର୍ମାଣ କରିଥିଲା 3ଟି ହେଲିପ୍ୟାଡ । ହେଲେ ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ଏୟାରଷ୍ଟ୍ରିପ୍‌ ଖତ ହେବାକୁ ବସିଥିବା ବେଳେ ପୂର୍ତ୍ତ ବିଭାଗର ଠିକାଦାର କରୁଛନ୍ତି ମନଇଚ୍ଛା ବ୍ୟବହାର । ଏନେଇ ଆମେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଏହା ରାଜସ୍ବ ବିଭାଗ ଜମି ହୋଇଥିବାରୁ ଏହା ତାଙ୍କ ଦାୟିତ୍ବ ନୁହେଁ ବୋଲି ସିଧାସିଳଖ କହିଛନ୍ତି ।

ସହର ବିକାଶ ପଥରେ ଯିବା ପରିବର୍ତ୍ତେ ବିନାଶ ପଥରେ ଗତି କରୁଛି । ସହରର ନିର୍ମାଣ ଦାୟିତ୍ବ ବହନ କରିଥିବା ଏହି ବିଭାଗ କେବଳ ଠିକାଦାର ପୋଷିବା ନୀତିରେ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details