ସୁବର୍ଣ୍ଣପୁର: ଲଗାତାର ବର୍ଷାରେ ବେହାଲ ଜିଲ୍ଲାର ବିଭିନ୍ନ ଅଞ୍ଚଳ । ମୁଖ୍ଯତଃ ବିରମହାରାଜପୁର ଉପଖଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିରମହାରାଜପୁର-ଚାରମାଲ ରାସ୍ତାର ହରିହର ଯୋର ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତାୟତ ବନ୍ଦ ରହିଛି । ସେହିପରି ଘୁଙ୍ଗି ନାଳ ଉପରେ ୪ ଫୁଟର ପାଣି ପ୍ରଭାବିତ ହେଉଛି । ଅନ୍ୟପକ୍ଷେ ରକ୍ସା ନାଳରେ ବନ୍ୟାଜଳ ପ୍ରବାହିତ ହେବାରୁ ଏକ ମଠ ପାଣି ଘେରରେ ରହିଛି ।
ଲେହେଡି-ପାଇକପାଲି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ସେପଟେ ଉଲୁଣ୍ଡା ବ୍ଲକର କୁକିଆ ଦେଇ ଯାଇଥିବା ନାଳ ଉପରେ ୫ ଫୁଟର ଜଳ ପ୍ରବାହିତ ହେଉଛି । ବର୍ତ୍ତମାନ ବର୍ଷା ଛାଡି ଯାଇଥିବା ବେଳେ ବନ୍ୟା ଜଳ କମିନାହିଁ । ଶହ ଶହ ହେକ୍ଟର ଚାଷ ଜମି ଉପରେ ବନ୍ୟା ପାଣି ପ୍ରବାହିତ ହେବାରୁ ଚାଷଜମି କ୍ଷତି ହେବାର ଆଶଙ୍କା କରାଯାଉଛି । ଜିଲ୍ଲାର ଉଲୁଣ୍ଡା ବ୍ଲକର କୁକିଆ ଗ୍ରାମରେ ବନ୍ୟାଜଳ ମାଡିଯାଇଥିବା ବେଳେ ବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣି ।