ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରେ ଶୀତଳ ଭଣ୍ଡାର ଅଭାବ, କ୍ଷତି ସହୁଛନ୍ତି ଅନ୍ନଦାତା - ସୁବର୍ଣ୍ଣପୁର ଚାଷୀ

ସୁବର୍ଣ୍ଣପୁରରେ ଶୀତଳ ଭଣ୍ଡାର (cold storage) ଅଭାବରୁ ନଷ୍ଟ ହେଉଛି କୃଷି ଉତ୍ପାଦିତ ଦ୍ରବ୍ୟ । ଅଭିଯୋଗ ଆଣିଲା ବିଜେପି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁରରେ ଶିତଳ ଭଣ୍ଡାର ଅଭାବ, କ୍ଷତି ସହୁଛନ୍ତି ଚାଷୀ
ସୁବର୍ଣ୍ଣପୁରରେ ଶିତଳ ଭଣ୍ଡାର ଅଭାବ, କ୍ଷତି ସହୁଛନ୍ତି ଚାଷୀ

By

Published : Nov 20, 2021, 1:17 PM IST

ସୁବର୍ଣ୍ଣପୁର:ଜିଲ୍ଲାରେ ଶୀତଳ ଭଣ୍ଡାର ନଥିବାରୁ ହନ୍ତସନ୍ତ ପରିବା ଚାଷୀ ଓ ବ୍ୟବସାୟୀ । ଶୀତଳ ଭଣ୍ଡାର ଅଭାବରୁ ନଷ୍ଟ ହେଉଛି କୃଷି ଉତ୍ପାଦିତ ଦ୍ରବ୍ୟ । ଫଳରେ ଚାଷୀ ତଥା ବ୍ୟବସାୟୀ କୃଷି ଉତ୍ପାଦିତ ଦ୍ରବ୍ୟ ବିକ୍ରି କରି ନ ପାରି ଫିଙ୍ଗି ଦେଉଥିବା ଅଭିଯୋଗ ଆଣିଛି ବିଜେପି ।

ସୁବର୍ଣ୍ଣପୁରରେ ଶିତଳ ଭଣ୍ଡାର ଅଭାବ, କ୍ଷତି ସହୁଛନ୍ତି ଚାଷୀ

କୃଷି ଦ୍ରବ୍ୟ ସଂରକ୍ଷିତ କରି ରଖିବା ପାଇଁ ଏକ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବାକୁ ଦୀର୍ଘ ଦିନ ହେଲା ଦାବି ହେଉଛି । ହେଲେ ଆଜି ପର୍ଯ୍ୟନ୍ତ ତିଆରି ହୋଇନଥିବାରୁ କୃଷି ଦ୍ରବ୍ୟ ସଂରକ୍ଷିତ କରିନପାରି କ୍ଷତି ସହୁଛି ଚାଷୀ । ଜିଲ୍ଲାରେ ଧାନ ସହ ଅଣଧାନ ଫସଲ ଯେପରି ଡାଲିଜାତୀୟ ଶସ୍ୟ ଓ ତୈଳବୀଜ ଜାତୀୟ ଶସ୍ୟ ଉତ୍ପାଦନ ହୁଏ । ଏଥିସହ ଏବେ ପକ୍ଷୀ ପାଳନ, ପଶୁପାଳନ, ମତ୍ସ୍ୟ ଚାଷ ଆଦିରେ ବି ଜିଲ୍ଲା ନିଜର ଆବଶ୍ୟକତା ମେଣ୍ଟାଇବା ସହିତ ପଡୋଶୀ ଜିଲ୍ଲା ଓ ବାହାର ରାଜ୍ୟକୁ ଖାଦ୍ୟ ଦ୍ରବ୍ୟ ରପ୍ତାନି କରୁଛି ।

ତେବେ ଜିଲ୍ଲାରେ ବହୁଳ ମାତ୍ରାରେ କୃଷିଜାତ ଦ୍ରବ୍ୟ ଉତ୍ପାଦନ ହେଉଥିବାରୁ ଏହାକୁ ସୁରକ୍ଷିତ କରି ରଖିବା ପାଇଁ ଶୀତଳ ଭଣ୍ଡାରର ଆବଶ୍ୟକତା ରହିଛି । ସରକାରୀଙ୍କ ତରଫରୁ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଗଲେ ପନିପରିବା ଚାଷୀ ଓ ବ୍ୟବସାୟୀମାନେ ନିଜ କୃଷି ଉତ୍ପାଦିତ ଦ୍ରବ୍ୟ ଅଧିକ ଦିନ ପର୍ଯ୍ୟନ୍ତ ରଖିବା ସହ ବିକ୍ରି କରି ଲାଭବାନ ହୋଇ ପାରିବେ ବୋଲି ଆଶା ରଖିଛନ୍ତି ।

ତେଣୁ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ବିଭିନ୍ନ କୃଷକ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ଦାବି କରାଯାଉଥିଲେ ବି ଆଜି ପର୍ଯ୍ୟନ୍ତ ଶୀତଳ ଭଣ୍ଡାର ପ୍ରତିଷ୍ଠା ଦିଗରେ କିଛି ପଦକ୍ଷେପ ନିଆଯାଇ ନାହିଁ । ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନନେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ବିଜେପି ଚେତାବନୀ ଦେଇଛି ।

ସୁବର୍ଣ୍ଣପୁରରୁ ତିର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details