ଓଡିଶା

odisha

ETV Bharat / state

ଖୀରଶାଖାଇ ଡ୍ୟାମ ନିର୍ମାଣ ପାଇଁ ସୁବର୍ଣ୍ଣପୁର ଚାଷୀଙ୍କ ଦାବି - subarnapur farmer demnad water resorvoir

ଡ୍ୟାମ ନିର୍ମାଣ ପାଇଁ ଦାବି କଲେ ସୁବର୍ଣ୍ଣପୁର ଚାଷୀ । ସୁବର୍ଣ୍ଣପୁର ସଦର ବ୍ଲକର ରେଙ୍ଗାଲି, ଛୋକରମାଲ ଓ ଲଛିପୁର ପଞ୍ଚାୟତର ଚାଷୀମାନେ ଖୀରଶାଖାଇ ଡ୍ୟାମ ନିର୍ମାଣ ପାଇଁ ଦାବି କରିଛନ୍ତି।

ଖୀରଶାଖାଇ ଡ୍ୟାମ ନିର୍ମାଣ ପାଇଁ ସୁବର୍ଣ୍ଣପୁର ଚାଷୀଙ୍କ ଦାବି
ଖୀରଶାଖାଇ ଡ୍ୟାମ ନିର୍ମାଣ ପାଇଁ ସୁବର୍ଣ୍ଣପୁର ଚାଷୀଙ୍କ ଦାବି

By

Published : Jan 8, 2021, 9:03 AM IST

ସୁବର୍ଣ୍ଣପୁର: ଡ୍ୟାମ ନିର୍ମାଣ ପାଇଁ ଦାବି କଲେ ସୁବର୍ଣ୍ଣପୁର ଚାଷୀ । ସୁବର୍ଣ୍ଣପୁର ସଦର ବ୍ଲକର ରେଙ୍ଗାଲି, ଛୋକରମାଲ ଓ ଲଛିପୁର ପଞ୍ଚାୟତର ଚାଷୀମାନେ ଖୀରଶାଖାଇ ଡ୍ୟାମ ନିର୍ମାଣ ପାଇଁ ଦାବି କରିଛନ୍ତି। ଗତ ଜାନୁଆରୀ 3 ତାରିଖରେ କୃଷି ସମାବେଶରେ ନିଷ୍ପତ୍ତି ନେବା ପରେ ଗୁରୁବାର ଡ୍ୟାମ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି ଉପସ୍ଥାପନ କରିଛନ୍ତି।

ଖୀରଶାଖାଇ ଡ୍ୟାମ ନିର୍ମାଣ ପାଇଁ ସୁବର୍ଣ୍ଣପୁର ଚାଷୀଙ୍କ ଦାବି

ଏହି ଅଞ୍ଚଳରେ ଥିବା ଅଙ୍ଗ କେନାଲରୁ ପର୍ଯ୍ୟାପ୍ତ ଜଳସେଚନ ବ୍ୟବସ୍ଥା ହୋଇ ପାରୁ ନାହିଁ । ଫଳରେ ବାରପାହାଡ଼ ଜଙ୍ଗଲର ବିଜା ଡୁଙ୍ଗୁରି ଓ ସୁରୁ ଡୁଙ୍ଗୁରିକୁ ନେଇ ଏକ ଜଳସେଚନ ପ୍ରକଳ୍ପ ତିଆରି କଲେ ଆଞ୍ଚଳିକ ଜଳସେଚନ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଚାଷୀମାନେ କହିଛନ୍ତି ।

ଏହି ଜଳସେଚନ ପ୍ରକଳ୍ପରୁ 17 ଖଣ୍ଡ ମୌଜାର ଚାଷ ଜମିକୁ ପାଣି ମଡା ଯାଇ ପାରିବ ବୋଲି ଚାଷୀମାନେ ଆକଳନ କରିଛନ୍ତି । ତେବେ ଚାଷୀଙ୍କ ସ୍ଵାର୍ଥ ଦୃଷ୍ଟିରୁ ଏହି ପ୍ରକଳ୍ପ ପାଇଁ ଜିଲ୍ଲା ପ୍ରଶାସନ ସରକାରଙ୍କ ପାଖରେ ଦାବି କରି ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details