ସୁବର୍ଣ୍ଣପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ଶନିବାର ସୁବର୍ଣ୍ଣପୁର ଜିଲ୍ଲାରେ ଶୁଭିଛି ବନ୍ଦେ ଉତ୍କଳ ଜନନୀର ସ୍ବର । କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ଗାନ୍ଧୀ ପଡିଆଠାରେ ସମସ୍ବରରେ ଉତ୍କଳ ବନ୍ଦନା ଗାନ କରିଥିଲେ ପ୍ରଶାସନିକ ଅଧିକାରୀ ଗଣ । ଜିଲ୍ଲାପାଳ ମନୀଷା ବାନାର୍ଜୀ, ଏସପି ଦେବୀ ପ୍ରସାଦ ଦାସଙ୍କ ସମେତ ସହରର ସରକାରୀ କର୍ମଚାରୀ, ପୋଲିସ କର୍ମଚାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଉତ୍କଳ ବନ୍ଦନାରେ କମ୍ପିଲା ସାରା ସୁବର୍ଣ୍ଣପୁର - ସୁବର୍ଣ୍ଣପୁରରେ ବନ୍ଦେ ଉତ୍କଳ ଜନନୀ ଗାନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ଶନିବାର ସୁବର୍ଣ୍ଣପୁର ଜିଲ୍ଲାରେ ଶୁଭିଛି ବନ୍ଦେ ଉତ୍କଳ ଜନନୀର ସ୍ବର । କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ଗାନ୍ଧୀ ପଡିଆଠାରେ ସମସ୍ବରରେ ଉତ୍କଳ ବନ୍ଦନା ଗାନ କରିଥିଲେ ପ୍ରଶାସନିକ ଅଧିକାରୀ ଗଣ ।
ଉତ୍କଳ ବନ୍ଦନାରେ କମ୍ପିଲା ସାରା ସୁବର୍ଣ୍ଣପୁର
ସେହିପରି ଘରେ ଘରେ ବି ଲୋକେ ଉତ୍କଳ ବନ୍ଦନା ଗାଇଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ରାଜନୈତିକ ଦଳ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକ ପକ୍ଷରୁ ମଧ୍ୟ ଉତ୍କଳ ଜନନୀଙ୍କ ବନ୍ଦନା କରାଯାଇଛି । ତେବେ ଉତ୍କଳ ଜନନୀଙ୍କ ଏହି ବନ୍ଦନା କରି ରାଜ୍ୟ ସରକାରଙ୍କ ଆହ୍ବାନକ୍ରମେ କୋରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିଥିଲେ ଜିଲ୍ଲାବାସୀ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ
Last Updated : May 31, 2020, 9:26 AM IST